ଅନ୍ତେବାସୀ ଘରକୁ ଫେରିବା ବେଳେ ଗଛ ବାଣ୍ଟିଲେ ସରପଞ୍ଚ
ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ସମୟରେ ସରପଞ୍ଚ ମାନେ କରୋନା ଯୋଦ୍ଧା ଭାବେ ଦାୟୀତ୍ୱ ସମ୍ପାଦନ କରିଆସୁଛନ୍ତି । ନିଜ ଘର ପରିବାରକୁ ଭୁଲି ଦିନ ରାତି ଅନ୍ତେବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଏପରିପେକ୍ଷୀରେ ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତର ସରପଞ୍ଚ ନିଆରା ଢଙ୍ଗରେ ଅନ୍ତେବାସୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି । ଆଜି ଓଡଙ୍ଗ ସାମୟିକ ସ୍ୱାସ୍ଥ୍ୟ ଶିବିରରୁ ୭୫ ଜଣ ଅନ୍ତେବାସୀ ସଂଗରୋଧ ଅବଧି ଶେଷ କରି ଘରକୁ ଫେରିଛନ୍ତି । ଘରକୁ ଫେରିବା ବେଳେ ସମସ୍ତ ଅନ୍ତେବାସୀ ମାନଙ୍କୁ ସରପଞ୍ଚ କିଶୋର କିଙ୍କର ପଢିଆରୀ ଗୋଟିଏ ଲେଖାଏଁ ଗଛ ବାଣ୍ଟି ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ସେହିପରି ସମସ୍ତ ଅନ୍ତେବାସୀ ମାନେ ମିଳିତ ହୋଇ ସରପଞ୍ଚଙ୍କୁ କେକ୍ କାଟି ଖୁଆଇବା ସହିତ ଫୁଲ ମାଳ ପିନ୍ଧାଇ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିିର୍ତ କରିଥିବାର ଦେଖାଯାଇଥିଲା । କାର୍ଯ୍ୟକ୍ରମରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।