ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳ ସମର୍ଥ ବର୍ମା ସୋମବାର ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ଚାଟରାଚକଡା, କୁରୁଜଙ୍ଗା, ନହଙ୍ଗ, ରଘୁଦେଇପୁର, ଗୋଲରହାଟ, ପଲେଇ ଓ ମୁକୁନ୍ଦପୁର ପ୍ରଭୃତି ଗ୍ରାମପଂଚାୟତରେ ଚାଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ପରିଦର୍ଶନକରି ଅନ୍ତେବାସୀମାନଙ୍କ ସହ ଆଲୋଚନା କରିଥିଲେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ଆତ୍ମ ନିଯୁକ୍ତି ଯୋଜନାରେ ଚାଲିଥିବା ପୁରାତନ ପୋଖରୀର ପୁନରୁଦ୍ଧାର କାର୍ଯ୍ୟକୁ ମଧ୍ୟ ପରିଦର୍ଶନ କରିଥିଲେ । ଏତଦବ୍ୟତିତ ଗୃହ ସଙ୍ଗରୋଧରେ ରହୁଥିବା ବ୍ୟକ୍ତିମାନଙ୍କୁ ଭେଟି ମତ ବିନିମୟ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ସୁପରିଚାଳନା ଉପରେ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁତ୍ୱାରୋପ କରିଛନ୍ତି । ସୁଦ୍ଧା ୩୦ହଜାର ୬୭୬ ଜଣ ରାଜ୍ୟ ବାହାରୁ ଆସିଛନ୍ତି । ଆସିଥିବା ୨୯୨ ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୫୧ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୧୨୨, ମହାକାଳପଡା ବ୍ଲକର ୦, କେନ୍ଦ୍ରାପଡା ପୈାରାଚଂଳ ୦, ମାର୍ଶାଘାଇ ବ୍ଲକର ୯, ରାଜନଗର ବ୍ଲକର ୫୦, ରାଜକନିକା ବ୍ଲକର ୦, ଆଳି ବ୍ଲକର ୧୦, ଡେରାବିଶି ବ୍ଲକର ୧୦ ଓ ଗରଦପୁର ବ୍ଲକର ୪୦ ଜଣ ଅଛନ୍ତି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅନ୍ୟାଦେଶ ପର୍ଯ୍ୟନ୍ତ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସକାଳ ୭ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବା ଏବଂ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଗୁଡିକ ଦିନରାତି ଖୋଲାରହିବ । ମାର୍କେଟ କମ୍ପେ୍ଲକ୍ସ ଓ ସପିଂ ମଲ ବାହାରେ ଥିବା ସେଲୁନ ଓ ପାର୍ଲର ଗୁଡିକ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ