ମଲିକ ପଡ଼ା ସଂଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀ ଏକ ଉଦାହରଣ ସାଜିଲେ

ଫୁଲବାଣୀ, (ସୁନୀଲ କୁମାର ବେହେରା):ବର୍ତମାନ ମହାମାରୀ କରୋନା ରାଜ୍ୟ ,ଦେଶ, ବିଶ୍ୱ ରେ ମୃତ୍ୟୁର ତାଣ୍ଡବ ରଚି ଚାଲିଥିବା ସମୟରେ କନ୍ଧମାଳ ଜିଲ୍ଲା ମଧ୍ୟ ଅନୁରୂପ ଭାବେ କରୋନାରେ ପୀଡିତ, ଜିଲାକୁ ଫେରି ଆସୁଥିବା ପ୍ରବାସୀ ମାନଙ୍କୁ ବିଭିର୍ଣ୍ଣ ସଙ୍ଗ ରୋଧ କେନ୍ଦ୍ରରେ ଥଇଥାନର ବ୍ୟବସ୍ଥା କରାଯାଇଅଛି , ସେଇଭଳି ଫୁଲବାଣୀ ବ୍ଲକର ବିଶି ପଡ଼ା ଗ୍ରାମପଞ୍ଚାୟତ ର ମଲିକ ପଡ଼ା ସେବାଶ୍ରମରେ ୪୭ ଜଣ ପୁରୁଷ ଅନ୍ତେବାସୀ ଭାବେ କିଛିଦିନ ରହିଥିଲେ , ଜିଲ୍ଲାପାଳ ଡ଼ଃ ବୃନ୍ଦା ଡି ଙ୍କ ନିର୍ଦେଶ କ୍ରମେ ଫୁଲବାଣୀ ବି ଡି ଓ ଶ୍ରୀ ସୁବ୍ରତ କୁମାର ଜେନା ଙ୍କ ତତ୍ୱବାଧାନରେ ସେମାନଂକୁ ୫ଦିନ ବ୍ୟାପି “”କରୋନା ସାରଥୀ “” ସ୍ବେଛାସେବୀ ଭାବେ ଗୁମା ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କରୋନା ଯୋଦ୍ଧା ତଥା ସ୍ୱାସ୍ଥ୍ୟ କର୍ମୀ ଶ୍ରୀ ସୁବ୍ରତ କୁମାର ଶତପଥି ତାଲିମ ପ୍ରଦାନ କରିଥିଲେ , ! ଓ ଅନ୍ତେବାସୀ ନିଜ ଗ୍ରାମକୁ ଗଲାପରେ ନିଜେ ଜଣେ ଜଣେ କରୋନା ସାରଥୀ ସ୍ବେଛାସେବୀ ଭାବେ ଜନସାଧାରଣ ଙ୍କୁ ସଚେତନ କରିବେ , ଏବଂ ବିଶେଷ ଘଟଣା ହେଲା ମଲିକ ପଡ଼ା ସଙ୍ଗ ରୋଧ କେନ୍ଦ୍ରରେ ଥିବା ୪୭ ଜଣ ଅନ୍ତେବାସୀ ମାନେ ମଇଳା ଆବର୍ଜନା ଓ ଗଛଲତାରେ ପରିପୂର୍ଣ ବିଦ୍ୟାଳୟ କୂ ସମସ୍ତେ ମିଶି ସଫା ସୁତୁରା କରି , ଦୁଇ ସହ ମଲ୍ଲୀ ଫୁଲ ଗଛ ,, ବୃକ୍ଷ ରୋପଣ କରିବା ସଂଗେ ଅନ୍ୟାନ୍ୟ ଫୁଲ ଗଛ ଲଗାଇ ଏକ ଆଦର୍ଶ ଫୁଲ ଫଳ ଭରା ବଗିଚାରେ ରୂପାନ୍ତରିତ କରି ପାରିଛନ୍ତି ଯାହାଦେଖି ଗ୍ରାମବାସୀ , ଓ ସରକାରୀ ପଦାଧିକାରୀ ମାନେ ଖୁସିବ୍ୟକ୍ତ କରିଛନ୍ତି ! ଏଥିସହ ସଂଗ ରୋଧ କେନ୍ଦ୍ରକୁ ବିଶି ପଡ଼ା ସରପଞ୍ଚ ମାନସୀ ମଳିକ , ପଂଚାୟତ ନିର୍ବାହୀ ଅଧିକାରୀ ପବିତ୍ର ମୋହନ ନାୟକ ପରିଚାଳନା କରୁଛନ୍ତି , ଓ ଅନ୍ତେବାସୀ ଙ୍କ ଏହି ଆଦର୍ଶ ପୂର୍ଣ୍ଣ ମହାନ କାର୍ଯ୍ୟ ନିଶ୍ଚିତ ଭାବେ କନ୍ଧମାଳ ଜିଲାରେ ତଥା ରାଜ୍ୟରେ ଏକ ନୂତନ ଦିଗନ୍ତ ଉଦାହରଣ ସୃଷ୍ଟି କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ