ଯୁବ ବ୍ୟବସାୟୀଙ୍କ ଦ୍ୱାରା କୋଭିଡ ଯୋଦ୍ଧାଙ୍କୁ ସମ୍ମାନ

ଛତ୍ରପୁର (ଓ୍ବାଇଏନ୍ଏସ୍) : ମହାମାରୀ କରୋନା ସାରା ବିଶ୍ୱରେ ହାହାକାର କରିଛି । ଏନେଇ ସବୁ ଆଡେ ଲୋକଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ ସୁରକ୍ଷା ଏବଂ କରୋନା ରୁ ଲୋକମାନେ କିପରୀ ଦୂରେଇ ରହିବେ ସେଥି ନିମନ୍ତେ କାର୍ଯ୍ୟ କରୁଛନ୍ତି । ଏଥି ନିମନ୍ତେ ଆଗଧାଡିରେ କାର୍ଯ୍ୟକରିଆସୁଛନ୍ତି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ପୁଲିସ, ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧୀ ଏବଂ ପ୍ରଶାସନିକ ଅଧିକାରୀ ମାନେ । ଏହି ପରିପ୍ରେକ୍ଷୀ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏହି କୋଭିଡ-୧୯ ଯୋଦ୍ଧା ମାନଙ୍କୁ ସମ୍ମାନୀତ କରିଆସୁଛନ୍ତି । ସେହିପରି ଛତ୍ରପୁର ସହରର ଜଣେ ଯୁବ ବ୍ୟବସାୟୀ ତଥା ସମାଜସେବୀ ଡମ୍ବୁରୁଧର ସାହୁ ନିଜ ଜନ୍ମ ଦିନ ଅବସରରେ ଛତ୍ରପୁର ଅଂଚଳର ସମସ୍ତ ସାମ୍ବାଦିକ ଏବଂ ୫ଜଣ ସରପଞ୍ଚ ଏବଂ ସମାଜସେବୀ ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଛନ୍ତି । ସ୍ଥାନୀୟ ଲିସା ଗେଲେକ୍ସି ପରିସରରେ ପ୍ରଥମେ ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡା, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ, ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍‌. ଲକ୍ଷ୍ମୀ, ଭିକାରୀପଲ୍ଲୀ ସରପଞ୍ଚ ଧବଳେଶ୍ୱର ପ୍ରଧାନ, ଚିକଲଖଣ୍ଡି ସରପଞ୍ଚଙ୍କ ପ୍ରତିନିଧୀ ତଥା ପୂର୍ବତନ ସରପଞ୍ଚ ଡି.ରାମ ସ୍ୱାମୀ ରେଡ୍ଡୀ, ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ଭାଗିରଥୀ ବେହେରା ଏବଂ ମତ୍ସ୍ୟଜିବି ନେତା ତଥା ପୂର୍ବତନ ନାଏବ ସରପଞ୍ଚ ଏମ୍‌.ଗୁମାଲୀଙ୍କୁ ଶ୍ରୀ ସାହୁ ଫୁଲ ଚନ୍ଦନ ଦେଇ ହାତ ଯୋଡି ସମସ୍ତଙ୍କୁ ଉପଢୈକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ପରେ ଅବିକଳ ଛତ୍ରପୁର ଅଂଚଳର ସମସ୍ତ ସାମ୍ବାଦିକ ମାନଙ୍କୁ ଯୁବବ୍ୟବସାୟୀ ଶ୍ରୀ ସାହୁ ଫୁଲ ଚନ୍ଦନ ଦେଇ ହାତ ଯୋଡି ଉପଢୈକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହାସହ ସମସ୍ତେ କିଭଳି ସୁରକ୍ଷିତ ରହି କାର୍ଯ୍ୟ କରିବାକୁ ଶ୍ରୀ ସାହୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ