ବାଙ୍ଗାଲୁରରେ ପ୍ରବାସୀ ଓଡିଆଙ୍କୁ ସହଯୋଗର ହାତ ବଢାଇଲେ କିଶୋର

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବାଙ୍ଗାଲୁରରେ ଫସିଥିବା ଶତାଧିକ ଓଡିଆ ପ୍ରବାସୀ ଶ୍ରମିକଙ୍କୁ ସହ ଯୋଗର ହାତ ବଢାଇଲେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ । ଶ୍ରୀ ତରାଇ କରୋନା ମହାମାରୀ ଲକଡାଉନ ସମୟରେ ନିର୍ବାଚନ ମଣ୍ଡଳିରେ ବୁଲି ଲୋକଙ୍କୁ ସଚେତନ କରାଇବା ଜାରି ରଖିଛନ୍ତି । ମାସ୍କ,ସାନିଟାଇଜର ବଂଟନ କରୁଛନ୍ତି । ଏବେ କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୁର ମରଥେଲି,ଏନ.ଜି.ଇ.ଏଫ.,ହ୍ୱାଇଟ ଫିଲଡ ଓ ଇଲେକ୍ଟ୍ରୋନି ସିଟିରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ସହଯୋଗର ହାତ ବଢାଇ ଚର୍ଚ୍ଚାରେ ଅଛନ୍ତି ପୂର୍ବତନ ବିଧାୟକ କିଶୋର । କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ, ରାଜନଗର ଓ ଆଳି ବ୍ଲକ ଅଚଂଳର ବହୁ ଶ୍ରମିକ ବେଙ୍ଗାଲୁରରେ ରହି ବିଭିନ୍ନ କମ୍ପାନୀରେ କାମ କରୁଥିବା ବେଳେ କରୋନା ଲକଡାଉନ ଯୋଗୁଁ ସେସବୁ କମ୍ପାନୀ ବନ୍ଦ ହୋଇଯିବାରୁ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଏସମ୍ପର୍କରେ ସେମାନେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ତରାଇଙ୍କୁ ଫୋନ ଯୋଗେ ଜଣାଇଥିଲେ । ଶ୍ରୀ ତରାଇ ସେମାନଙ୍କ ଅସୁବିଧା ସମ୍ପର୍କରେ ଅବଗତ ହେବା ପରେ ସଙ୍ଗେ ସଙ୍ଗେ ସେହି ସମସ୍ୟାର ପ୍ରତିକାର ବ୍ୟବସ୍ଥା କରିଥିଲେ । ସେଠାରେ ରହୁଥିବା ଓଡିଆ ପ୍ରବାସୀ ସଙ୍ଘ ସହ ଯୋଗାଯୋଗ କରି ସମସ୍ୟାରେ ଥିବା ଆମ ଅଚଂଳର ପ୍ରବାସୀ ଶ୍ରମିକମାନଙ୍କ ସମ୍ପର୍କରେ ଜଣାଇ ସେମାନଙ୍କୁ ତୁରନ୍ତ ସାହାଯ୍ୟ କରିବାକୁ କହିଥିଲେ । ପ୍ରବାସୀ ଓଡିଆ ସଙ୍ଘ ସେଠାରେ ପହଁଚି ସେହି ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହ ସମସ୍ତ ସହଯୋଗ ଓ ସହାୟତା ଯୋଗାଇ ଦେଇଥିଲେ । ପୂର୍ବତନ ବିଧାୟକ କିଶୋରଙ୍କ ଏଭଳି ଉଦ୍ୟମକୁ ବୁଦ୍ଧିଜୀବି ମହଲରେ ପ୍ରସଂଶା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ