ପ୍ରବାସୀଙ୍କୁ ମିଳୁନି ଖାଦ୍ୟ ଫିଙ୍ଗା ହେଉଛି ରାସ୍ତା କଡରେ ,ଟଙ୍କା ଲୁଟିବାରେ ବସିଛନ୍ତି ଅଧିକାରୀ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କରୋନାରେ ଲଢିବା ପାଇଁ, ଗରୀବଙ୍କୁ ଖାଦ୍ୟ ବାଂଟିବା ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ମିଳୁଛି ଶହ ଶହ ଟଙ୍କା କରୋନାରେ ସାହାର୍ଯ୍ୟ କରିବା ପାଇଁ କିନ୍ତୁ ଏହା ପ୍ରତ୍ୟେକ ଜିଲ୍ଲାକୁ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର ପ୍ରବାସୀଙ୍କ ଭଲ ଖାଇବା ଓ ଭଲ ରହିବା ପାଇଁ । କିନ୍ତୁ ଏହା କେଉଁଠାରେ ବାଟବଣା ହେଉଛି ତାହା କାହା ପାଖରେ ଖବର ନାହିଁ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଳକରେ । ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡି ଗଜପତି ଜିଲ୍ଲା ସିମାନ୍ତଠାରୁ ମାତ୍ର ୩ କିମି ଦୂରରେ ହୋଇଥିବା ଚେକ ଗେଟ୍ ନିକଟରେ ପ୍ରବାସୀମାନେ ଆସିଲେ ସେମାନଙ୍କ ଯାଂଚ କରିବା ପାଇଁ ଏକ ଅସ୍ଥାୟୀ ମଣ୍ଡପ ତିଆରି କରାଯାଇଛି । ସେଠାରେ ପ୍ରବାସୀମାନଙ୍କୁ ରନ୍ଧା ଖାଦ୍ୟ ଓ ସୁଖିଲା ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଧେଶ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ତାକୁ ତଦାରଖ କରିଛନ୍ତି । କିନ୍ତୁ ପ୍ରବାସୀମାନେ ଆସନ୍ତୁ କିମ୍ବା ନଆସନ୍ତୁ ପ୍ରତ୍ୟେକ ଦିନ ୧୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ରୋଷେଇ କରାଯାଉଛି । ଏହାକୁ ପ୍ରତ୍ୟେକ ଦିନ ନେଇ ନିକଟସ୍ଥ ରାଜ ରାସ୍ତା କଡରେ ଫପାଡି ଦିଆଯାଉଛି । ଏହା ଆଜକୁ ପ୍ରାୟ ୫ ଦିନ ହେବ ପ୍ରତ୍ୟେକ ଦିନ ଖାଦ୍ୟ ଫପାଡ ଯାଉଥିବା ଦେଖିବାକୁ ମିଳିଛି । ଏମାନଙ୍କୁ କିଏ ଆଦେଶ ଦେଲା ଓ ବିନା ପ୍ରବାସୀଙ୍କ ଉପସ୍ଥିତରେ ୧୦୦ ଜଣଙ୍କ ପାଇଁ ରୋଷେଇ କରାଯାଉଛି ଏବଂ ଫପାଡା ଯାଉଛି । ଏହା ଉପରେ କୌଣସି ଅଧିକାରୀଙ୍କ ନଜର ନାହିଁ । ଗଣ ମାଧ୍ୟମ ଆଗରେ ଛିଡା ହେବା ପାଇଁ ସଜବାଜ ହୋଇ ଆସିଯାଆନ୍ତି ଅନେକ ଅଧିକାରୀ । ପ୍ରବାସୀଙ୍କୁ ଭଲ ଖାଦ୍ୟ ଯୋଗାଇ ପାରୁନାହାନ୍ତି । ଗତକାଲି ଦମାଦୁଆ ପଂଚାୟତରେ ଥିବା କ୍ୱାରେଂନଟାଇନ ଗୃହରେ ଦିନ ଦ୍ୱିପହରେ ଖାଦ୍ୟରେ ଭାତ ନଦିଆଯାଇ ପୁରୀ ତରକାରୀ ଦିଆଯାଇଥିଲା । ସେପରି ଲିଲିଗଡରେ କ୍ୱାରେଂନଟାଇନ ଗୃହରେ ପ୍ରବାସୀଙ୍କୁ ଭାତ ଡାଲମା ଦେଇ ରଖା ଯାଇଥିଲା । ପ୍ରବାସୀଙ୍କ ଅଭିଯୋଗ ପରେ ଖବର କାଗଜରେ ପ୍ରସାରଣ ହେବା ପରେ ସେମାନଙ୍କୁ ଭଲ ଖାଦ୍ୟ ଯୋଗାଯାଇଥିଲା । ଏପରି କିଛି ସ୍ଥାନରେ ପିଇଓ ମାନେ ନିଜ ମନମୁଖୀଭାବେ ସ୍ୱୟଂ ସହାୟିକା ଦଳ, ନିଜ ପରିଚୟ ଲୋକଙ୍କୁ ରୋଷେଇ କରିବା ପାଇଁ କହିଛନ୍ତି । କିନ୍ତୁ ଶହ ଶହ ଟଙ୍କା ଖାଇବ ବାବଦକୁ ଯାଉଥିବା ବେଳେ ଖାଦ୍ୟରେ କୌଣସି ପ୍ରକାର ସ୍ୱାଦ ନଥିବା ପ୍ରବାସୀମାନେ ଅଭିଯୋଗ କରିଛନ୍ତି । କେଉଁଠାରେ ତ ସୁଖିଲା ଭାତ ଦିଆଯାଉଛି ତ ସୁଜ୍ଜୀ ପଥର ଭଳି ଦିଆହେଉଛି । ପିଇବା ପାଇଁ ପାଣି ଶୌଚାଳୟରୁ ବ୍ୟବହାର କରାଯାଉଛି । ଏମିତି ବିଭିନ୍ନ ପ୍ରକାର ସମସ୍ୟା କରିଚାଲିଛନ୍ତି ପ୍ରଶାସନର ବଡ ପଣ୍ଡାମାନେ ପିଇଓ, ଗ୍ରାମ ରୋଜଗାର ସେବକ, ଯନ୍ତ୍ରୀ, ସରପଂଚଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଯୋଗୁଁ ଲୋକଙ୍କୁ ମିଳି ପାରୁନି ଭଲ ଖାଦ୍ୟ । ଗରୀବ ଏଠି ପେଟରେ ଓଦା କନା ଦେଇ ଶୋଇଥିବା ବେଳେ ପ୍ରଶାସନ ହଜାର ହଜାର ଟଙ୍କାର ଭାତ, ଡାଲି ଓ ତରକାରୀ ଫପାଡୁଛନ୍ତି । ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏଥିରେ ମତ ରଖିଛନ୍ତି ଅଡବା ଜିଲ୍ଲା ପରିଷଦ ବାଳକୃଷ୍ଣ ମଲ୍ଲିକ ସରକାର କାମାଲ ଦରିଆ ମେ ଡାଲ୍ ଯେଭଳି କୁହାଯାଉଛି ତାହା ଏହି ଚିତ୍ରକୁ ଦେଖିଲେ ଜଣାପଡୁଛି ଯେ ପ୍ରଶାସନ ପ୍ରବାସୀଙ୍କ ପାଇଁ କେତେ ନିର୍ଦୟ ହୋଇଛୀ ଜଣାପଡୁଛି । ଏଥିପ୍ରତି ଜିଲ୍ଲାପାଳ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।


