ଯନ୍ତ୍ରୀଙ୍କ ମନମୁଖୀ ଯୋଗୁଁ ରାସ୍ତା ପାଲଟିଛି ମରଣ ଯନ୍ତା
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ଗାଁକୁ ଗାଁ ଗମନା ଗମନ କରିବା ପାଇଁ କରାଯାଇଛି ପ୍ରଧାନମନ୍ତ୍ରୀ ସଡକ ଯୋଜନା କିନ୍ତୁ ଏହା ଲୋକଙ୍କୁ କାମରେ ନଆସି ବର୍ତମାନ ଚାଷ ଜମି ପାଲଟିଲାଣି । ଅଭିଯୋଗ ପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ନେଉଁ ନାହାନ୍ତି ଉପରିସ୍ଥ ଅଧିକାରୀ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗରେ । ରାଜ ରାସ୍ତା ଠାରୁ ମାତ୍ର ୩ କିମି ଦୂର ଲୁଣ୍ଡୁରୁଗୁଡା ରାସ୍ତା ନିର୍ମାଣ ପାଇଁ ୧୮.୦୯.୨୦୧୮ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏହା କାମ ସରିବାର ବର୍ଷେ ହୋଇନି ରାସ୍ତାରୁ ପିଚୁ ବାହାରି ଖାଲ ହୋଇ ମାଟି ଦିଶିଲାଣି । ଏଭଳି ଏହି ଯନ୍ତ୍ରୀ ଅଭିଳାଷ ପରମଗୁରୁ ମିଶ୍ର ଯେଉଁ ଯେଉଁ କାମରେ ତଦାରଖ କରିଛନ୍ତି ଉକ୍ତ କାମ ଗୁଡିକ ବର୍ଷେ ନବିତୁଣୁ ପିଚୁ ଉଠିବା ସହ ଖାଲ ହେବାକୁ ବସିଲାଣି ତା ରାସ୍ତା ଦବିବାରେ ଲାଗିଲାଣି । ଗୋବିନ୍ଦପୁର ଅଂଚଳର ୨୮୫ ନଂ କାମ ଏହା ମଧ୍ୟ ସମ୍ପୁଣ୍ଣଭାବେ ଆତ୍ମ ଧଳିଶାତ କରାଯାଇଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । କିଛି ଦିନ ତଳେ ଏକ ରାସ୍ତା କାମରେ ଯନ୍ତ୍ରୀ ଜଣକ ଠିକାଦାରଙ୍କ ହାତମିଳାଇ କାମଟି ମନମୁଖୀ ଭାବେ କରୁଥିବା ଯୋଗୁଁ ଗ୍ରାମ ଲୋକ ଉତେଜନା ସୃଷ୍ଟି ହୋଇଥିଲା । ଯାହା ଫଳରେ ଏହି ଖବର ଜିଲ୍ଲାପାଳ ଓ ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା ଯାହା ଫଳରେ ଯନ୍ତ୍ରୀ ଜଣଙ୍କୁ ଉକ୍ତ କାମରୁ ବାହାର କରାଯାଇ ଅନ୍ୟ ଏକ ଯନ୍ତ୍ରୀଙ୍କୁ ଉକ୍ତ କାମର ତଦରାଖ କରିବାକୁ ଦିଆଯାଇଥିଲା । ଉକ୍ତ ଲୁଣ୍ଡୁରୁଗୁଡା କାମର ଠିକାଦାର ସଇଳ ସେନାପତୀଙ୍କୁ ପଚାରିବାରୁ ସେ କହିଛନ୍ତି ରାସ୍ତାର ଅନେକ ଜାଗାରେ କାମ କରିଛି କିନ୍ତୁ ଏଭଳି ଖରାପ କରିନାହୁଁ ବିପରିତ ଦିଗରେ ଚାଲିଥିବା ରାସ୍ତା କାମ ଠିକାଦାର ରିନା ନାୟକ ମୁରମ ନେବା ପାଇଁ ବଡଗାଡି ବ୍ୟବହାର କରି ରାସ୍ତା ଟିକୁ ଖରାପ କରିଦେଇଛନ୍ତି । ତେବେ ଏ ଦିଗରେ ଯନ୍ତ୍ରୀ ଜଣକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୂଚନା ମିଳିନି । ପ୍ରକାଶ ଥାଉକି ଚୋରି କରି ଚୋର ମୁହଁ ଟାଣ ଭଳି ଘଟଣା ଦେଖିବାକୁ ମିଳୁଛି ଯେଉଁଠି କି ଯନ୍ତ୍ରୀ ରାତା ରାତି କୋଟିପତି ହୋଇ ଯାଉଛନ୍ତି । କିନ୍ତୁ ଆସିବା ବେଳେ ଖାଲି ହାତରେ ଆସନ୍ତି ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଚାଲିଥିବା ମଧୁ ଚନ୍ଦ୍ରିକାରେ ବର୍ଷ ବର୍ଷ ସଂଖ୍ୟା ଧରି ପଡିରହିଛନ୍ତି କିଛି କର୍ମଚାରୀ କିନ୍ତୁ ଏମାନଙ୍କୁ କେବେ ନବକଳେବର କରାଯିବ ତାହା ଏବେ ଦେଖିବାକୁ ବାକି ରହିଲା ବୋଲି ଅଂଚଳବାସୀ କହିଛନ୍ତି ।


