ଚାଷୀଙ୍କ କଥା ବୁଝିବେ ଭିଏଡବ୍ଲ୍ୟୁ

ଭୁବନେଶ୍ୱର: ଚାଷୀଙ୍କ କଥା ବୁଝିବେ ଗ୍ରାମ୍ୟ କୃଷି କର୍ମୀ ବା ଭିଏଡବ୍ଲ୍ୟୁ । ପ୍ରତି ସୋମବାର ପଂଚାୟତ ଅଫିସ ଯାଇ ସେ ଚାଷୀଙ୍କ ହାନିଲାଭ କଥା ବୁଝିବେ । ସେମାନଙ୍କୁ ଚାଷକାର୍ଯ୍ୟ ନେଇ ମାର୍ଗଦର୍ଶନ କରିବେ । କେମିତି ସୁବିଧା ସୁଯୋଗ ମିଳିପାରିବ ସେନେଇ ବି କହିବେ । ପ୍ରତି ସୋମବାର ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ସେ ପଂଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି । ଅପରପକ୍ଷରେ ମାସର ପ୍ରଥମ ଓ ତୃତୀୟ ଶନିବାର ଦିନ ବ୍ଲକରେ ଟେକ୍ନିକାଲ କମିଟିର ବୈଠକ ଅନୁଷ୍ଠିତ ହେବ । ପ୍ରତି ଜିଲ୍ଲାରେ ଜଣେ ନୋଡ଼ାଲ ଅଧିକାରୀ ମଧ୍ୟ ନିଯୁକ୍ତ କରାଯିବ ବୋଲି ସେ କହିଛନ୍ତି । ସାର ଓ ବିହନ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି । ଚଳିତ ବର୍ଷ ୬୨ ଲକ୍ଷ ହେକ୍ଟର ଜମିରୁ ୯୬ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ କରିବାର ଲକ୍ଷ୍ୟ ରହିଛି । କୌଣସି ସମସ୍ୟା ଥିଲେ ଚାଷୀ ଟୋଲ ଫ୍ରି ନମ୍ବର ୧୮୦୦୧୦୨୫୧୬୬ରେ ଜଣାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି । ଅପରପକ୍ଷରେ ସମବାୟ ସଚିବ ବୀର ବିକ୍ରମ ଯାଦବ କହିଛନ୍ତିଯେ, ଚଳିତ ବର୍ଷ ୯ ହଜାର କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯିବ । ଜୁନ ୩୦ ପର୍ଯ୍ୟନ୍ତ ମଣ୍ଡିରେ ଧାନ କିଣା ହେବ । ସାମାଜିକ ଦୂରତା ରକ୍ଷା କରି ଚାଷୀମାନେ ଧାନ ବିକ୍ରୟ କରିବେ । ଏ ପର୍ଯ୍ୟନ୍ତ ୬ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ଋଣ ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ