ବନ୍ଦେ ଉତ୍କଳ ଜନନୀକୁ ପ୍ରାଦେଶିକ ସଙ୍ଗୀତ ମାନ୍ୟତା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ପ୍ରତିଟି ଓଡିଆର ପ୍ରାଣ-ସ୍ପନ୍ଦନ, ଓଡ଼ିଶା ଗଠନର “ସଂଜିବନୀ ମନ୍ତ୍ର’ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ପ୍ରାଣସ୍ପର୍ଶୀ ରଚନା”ବନ୍ଦେ ଉତ୍କଳ ଜନନୀ’, ସାଢ଼େ ଚାରିକୋଟି ଓଡିଆଙ୍କ ହୃଦୟକୁ ସ୍ପନ୍ଦିତ କରୁଥିଲେ ହେଁ ଏହା ଓଡ଼ିଶାର ପ୍ରାଦେଶିକ ସଙ୍ଗୀତର ସମ୍ମାନ ପାଇବାରୁ ଆଜି ଯାଏ ବଂଚିତ ଥିଲା । ଇହୁବିଧ ଅବହେଳାର ଏକ ଶତାଦ୍ଦୀ ପରେ ଆଜି ଏହା ଉପଯୁକ୍ତ ସମ୍ମାନର-ସୂର୍ଯ୍ୟୋଦୟ ଦର୍ଶନ କରିପାରିଛି । ଏଥିପାଇଁ ଭାଷା ଆନ୍ଦୋଳନ, ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଉଛି । ଏହି ଅବସରରେ ବନ୍ଦେ ଉତ୍କଳ ଜନନୀ ଗୀତି କବିତାକୁ ଉତ୍କଳ ସମ୍ମିଳନୀ ପ୍ରଥମ ଅଧିବେଶନର ଉଦ୍ଘାଟନୀ ଗୋପବନ୍ଧୁ ଓ କୁଳବୁଦ୍ଧ ମଧୂସୁଦନ ଦାସଙ୍କ ପାଦତଳେ ପ୍ରଣତି ଜଣାଉଛୁ । ଦୂରଭାଷ ମାଧ୍ୟମରେ ଭାଷା ଆନ୍ଦୋଳନର କର୍ମକର୍ତା ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଚକ୍ରଧର ମହନ୍ତ, ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଆବାହକ ପବିତ୍ର ମହାରଥାଙ୍କ ସମେତ ଜାନକୀଷ ବଡପଣ୍ଡା, ସାଗର ଶତପଥୀ, ଡ. ସାଗର ତ୍ରିପାଠୀ, କଳାରତ୍ନ ବଂଶୀଧର କର, ଡ.ଗିରିଜା ଶଙ୍କର ଶର୍ମା, ଅବଦୁଲ କାଲାମ ଆଜାଦ, କୁବିହାରୀ ମହାପାତ୍ର, ନବକିଶୋର ପ୍ରଧାନ, ବ୍ରଜବନ୍ଧୁ ପରିଡ଼ା, ଡମ୍ବରୁଧର ହରଣସିଂହ, ଉମାଚରଣ ମହାନ୍ତି, ନାରାୟଣ ଖୁଂଟିଆ, ମଦନ ମୋହନ ପାଢ଼ୀ, ସାରଦା ମହାପାତ୍ର, ସୌମେନ୍ଦ୍ର ମିଶ୍ର, ଚିତରନ ମିଶ୍ର, ସଂଜୀବ ପଣ୍ଡା, ଚକ୍ରଧର ତ୍ରିପାଠୀ, ପ୍ରବୋଧ ଦାସ, ଲଖଣ ଦାସ, ଲିଙ୍ଗରାଜ ସାହୁ, ନିରନ ସାହୁ, ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, କିଶନ ବରାଇ, ସମିତା ମହାରଣା, ସୀତାଂଶୁ ଶେଖର ମହାରଣା, ସୂର୍ଯ୍ୟକାନ୍ତ ମହାଲି, ଅସିତ ଦାସ, ଅଂଶୁମାନ ଦାସ, ନାରାୟଣ ଓଝା, ଗୌର ପଟ୍ଟନାୟକ, ଉପେନ୍ଦ୍ର ନାଥ ସାମନ୍ତସିଂହାର, ଆଶିଷ ବେବର୍ତା, ଲଲାଟେନ୍ଦୁ ପାତ୍ର, ବିଜୟ ପ୍ରଧାନ, ଶିବରାମ ମହାପାତ୍ର, ବିଜୟ ପରିଡା ପ୍ରମୁଖ ନିଜ ନିଜର ମତରଖି ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ ବୋଲି ଆବାହକ ପବିତ୍ର ମହାରଥା ଜଣାଇଛନ୍ତି ।


