ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାପାଳ ସମର୍ଥ ବର୍ମା ମଙ୍ଗଳବାର ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ବରୁଣାଡିହା, ବରୁଣା, ଦେଉଳତରା, ହାବଳଗଣ୍ଡ, ବଳରାମପୁର ଓ କଂଟପଡା ପ୍ରଭୃତି ଗ୍ରାମପଂଚାୟତରେ ଚାଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ପରିଦର୍ଶନକରି ଅନ୍ତେବାସୀମାନଙ୍କ ସହ ଆଲୋଚନା କରିଥିଲେ । ଏଥିସହିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ଆତ୍ମ ନିଯୁକ୍ତି ଯୋଜନାରେ ଚାଲିଥିବା କାର୍ଯ୍ୟକୁ ମଧ୍ୟ ପରିଦର୍ଶନ କରିଥିଲେ । ଏତଦବ୍ୟତିତ ଗୃହ ସଙ୍ଗରୋଧରେ ରହୁଥିବା ବ୍ୟକ୍ତିମାନଙ୍କୁ ଭେଟି ମତ ବିନିମୟ କରିଥିଲେ । ଆଜି ସୁଦ୍ଧା ୩୧ହଜାର ୦୨୭ ଜଣ ରାଜ୍ୟ ବାହାରୁ ଆସିଛନ୍ତି । ଆଜି ଆସିଥିବା ୩୫୧ ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୪୬ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୫୬, ମହାକାଳପଡା ବ୍ଲକର ୭୮, କେନ୍ଦ୍ରାପଡା ପୈାରାଚଂଳ ୦, ମାର୍ଶାଘାଇ ବ୍ଲକର ୪୯, ରାଜନଗର ବ୍ଲକର ୧୪, ରାଜକନିକା ବ୍ଲକର ୮୪, ଆଳି ବ୍ଲକର ୦, ଡେରାବିଶି ବ୍ଲକର ୨୪ ଓ ଗରଦପୁର ବ୍ଲକର ୦ ଜଣ ଅଛନ୍ତି । ରାଜ୍ୟ ସରକାର ଚଳିତ ଜୁନମାସର ସମସ୍ତ ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରିଥିବାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଓ ରବିବାର ବ୍ୟତିତ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସକାଳ ୭ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବା ଏବଂ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଗୁଡିକ ଦିନରାତି ଖୋଲାରହିବ । ମାର୍କେଟ କମ୍ପେ୍ଲକ୍ସ ଓ ସପିଂ ମଲ ବାହାରେ ଥିବା ସେଲୁନ ଓ ପାର୍ଲର ଗୁଡିକ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ରାଜ୍ୟ ସରକାର ପ୍ରତ୍ୟେକ ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରିଥିବାରୁ ସେହିଦିନମାନଙ୍କରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ