ଗଣତନ୍ତ୍ରର ମହୋତ୍ସବ: ମୋଦି

ନୂଆଦିଲ୍ଲୀ(ଏଜେନ୍ସି): କେନ୍ଦ୍ର ନିର୍ବାଚନ ଆୟୋଗ ଆଜି ସପ୍ତଦଶ ଲୋକସଭା ନିର୍ବାଚନ (୨ଠ୧୯) ପାଇଁ ବିଜ୍ଞପ୍ତି ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ପ୍ରତିକ୍ରିୟା ରଖିଛନ୍ତି । ମୋଦି କହିଛନ୍ତି ଦେଶରେ ଏବେ ଗଣତନ୍ତ୍ରର ମହୋତ୍ସବ ଆରମ୍ଭ ହେବାକୁ ଯାଉଛି । ଦେଶବାସୀ ନିଜ ପସନ୍ଦର ସରକାର ବାଛିବାର ଏହି ନିଆରା ପରମ୍ପରା ଭାରତକୁ ଗୌରବାନ୍ୱିତ କରିଆସିଛି । ତେଣୁ ପ୍ରତ୍ୟେକସଚେତନ ନାଗରିକ ଭୋଟ୍ଗ୍ରହଣ କେନ୍ଦ୍ରକୁ ଯାଇ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ମୋଦି ଆହ୍ୱାନ କରିଛନ୍ତି । ସେହିପରି ଚଳିତ ନିର୍ବାଚନରେ ନୂଆକରି ଭୋଟ୍ ଦେବାକୁ ଯାଉଥିବା ଭୋଟରଙ୍କୁ (୧୮/୧୯ବର୍ଷରେ ଉପନୀତ) ପ୍ରେରଣା ଦେବା ଉଦ୍ଦେଶ୍ୟରେ ମୋଦି କହିଛନ୍ତି ଦେଶଗଠନ ଦିଗରେ ସେମାନଙ୍କ ସହଯୋଗ ନିତାନ୍ତ ଅପରିହାର୍ଯ୍ୟ । ୨ଠ୧୯ ସାଧାରଣ ନିର୍ବାଚନ ସବୁଦୃଷ୍ଟିକୋଣରୁ ଏକ ଯୁଗାନ୍ତକାରୀ ତଥା ଐତିହାସିକ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିରେ ପ୍ରତ୍ୟକ୍ଷ ଯୋଗଦାନ ଦେଇ ନିଜକୁ ଏବଂ ଦେଶକୁ କୃତାର୍ଥ କରିବାକୁ ମୋଦି ସମସ୍ତ ଭାରତବାସୀଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ମୋଦି ଶେଷଥର ପାଇଁ ଫିର୍ ଏକବାର ମୋଦି ସରକାର ନାରା ଦେଇଥିଲେ ଏବଂ ସମସ୍ତ ଦେଶବାସୀଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ