ଆଇଟିସି ବ୍ୟବସାୟ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ ଲକ୍ଷ୍ୟ ରଖିଛି: ସଞ୍ଜିବ୍ ପୁରୀ
(ଯୁଗାବ୍ଦ ନ୍ୟୁଜ) ଆଇଟିସି ଲିଃ. ପ୍ରତିଟି ବ୍ୟବସାୟ କ୍ଷେତରେ ଶ୍ରେଷ୍ଠତ୍ୱ ହାସଲ ପାଇଁ ଲକ୍ଷ୍ୟ ରଖିଛି ବୋଲି କମ୍ପାନୀର ୧୦୮ ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ସଞ୍ଜିବ୍ ପୁରୀ କହିଛନ୍ତି । ଏହା ଆଗାମୀ ଦିନରେ ଏକ ବିକଶିତ ଶ୍ରେଷ୍ଠ ଉଦ୍ୟୋଗ ଭାବେ କାର୍ଯ୍ୟ ଜାରି ରଖିଛି ।ଆଇଟିସିର ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟର ଗୁରୁତ୍ୱ ରହିଛି । କମ୍ପାନୀର ପ୍ରୟାସ ଦ୍ୱାରା ଶହଶହ ଚାଷୀ ଏବଂ ବ୍ୟବସାୟିକ ଅଂଶୀଦାର ଉପକୃତ ହୋଇପାରୁଛନ୍ତି । ଏହା ଦେଶର ୬ ନିୟୁତରୁ ଅଧିକ ଲୋକଙ୍କର ଜୀବନଜୀବିକା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛି । ସମ୍ପ୍ରତି କମ୍ପାନୀର ୨୫% ରାଜସ୍ୱ ଏଫଏମଜିସି ବ୍ୟବସାୟରୁ ଉପଲବ୍ଧ ହେଉଛି । ୨୦୧୯ ଆର୍ଥିକ ବର୍ଷରେ ଏହାର ଏବିଡିଟାରେ ୫୧% ବୃଦ୍ଧି ହୋଇ ଏହା ୬୮୮ କୋଟି ହୋଇଛି । ଗତ ୨-୩ ବର୍ଷ ମଧ୍ୟରେ କମ୍ପାନୀ ଏହାର ଏଫଏମଜିସି ପୋର୍ଟଫୋଲିଓ ମଧ୍ୟରେ ଫାବେଲେ ଚକୋଲେଟ୍ କଲେକସନ୍, ଡାଏରୀ ଏବଂ ଡାଏରୀ ପାନୀୟ ଆଦି ଆର୍ଶିବାରଦ୍ସବସ୍ତି ଏବଂ ସନ୍ ଫେଷ୍ଟ୍ ୱାଣ୍ଡର ବ୍ରାଣ୍ଡ୍, ଫ୍ରୋଜେନ୍ ଫୁଡ୍, ସ୍କିନ୍ କେୟା. ପ୍ରିମିୟମ୍ ଡର୍ମାଟିକ୍ୟୁ ବ୍ରାଣ୍ଡ୍, ଲୋକପ୍ରିୟ ଚାର୍ମିସ୍ ବ୍ରାଣ୍ଡ୍ ର୍ସାଭୋଲନ୍ ଏବଂ ଫ୍ଲୋର୍ କ୍ଲିନର ହ୍ୟାଣ୍ଡ୍ ସାନିଟାଇଜର୍ ଅର୍ନ୍ତଗତ ହ୍ୟାଣ୍ଡ୍ ସାନିଟାଇଜର୍, ନିମ୍ ଉତ୍ପାଦ ଅନ୍ତର୍ଗତ ନିମାଇଲ୍ ବ୍ରାଣ୍ଡ ଆଦିକୁ ଅନ୍ତର୍ଭୁକ୍ତ କରିଛି । ଗତ ବର୍ଷ ଏଭଳି ୫୦ରୁ ଅଧିକ ଉତ୍ପାଦର ବଜାର ପ୍ରବେଶ ହୋଇଛି ।କମ୍ପାନୀର ଏଗ୍ରି ବିଜ୍ନେସ୍ ମଧ୍ୟରେ ପ୍ରନ୍, ଫୁଡ୍ ସେଫ୍ ସ୍ପାଇସ୍, ପୁରୀସ୍, ଡିହାଇଡେଟେଡ୍ ଓନିଅନ୍ ପ୍ରଭୃତିକୁ ଅନ୍ତର୍ଭୁକ୍ତ କରାଯାଇଛି ।


