ଚାନ୍ଦା ନେଇ ପ୍ରଶାସନିକ ଅଧିକାରୀ ଚୁପବୃଦ୍ଧି ପାଉଛି ଚୋରା କାରାବାର
ନାଉଗାଁ,:(ଯୁଗାବ୍ଦ ନ୍ୟୁଜ)-ନାଉଗାଁ ବ୍ଳକର ଦିନକୁ ଦିନ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନିକ ଅଧିକାରୀମାନେ ମାସିକିଆ ଚାନ୍ଦା ନେଇ ଚୋରା ଚାଲାଣଙ୍କୁ ପ୍ରୋତ୍ସାହନ ଦେଉଥିବା ଚର୍ଚ୍ଚା ଜୋର ଧରିଛି । ପ୍ରତ୍ୟେହ ମାଲ ପରିବହନ କରି ନେଉଥିବା ଚୋରା ଗାଡିକୁ ଧରାଯାଇ ସେମାନଙ୍କ ଠାରୁ ମୋଟା ଅଙ୍କର ଉତ୍କୋଚ ନେଇ ଛଡା ଯାଉଥିବା ଜଣାଯାଇଛି । ଏହି ବ୍ଳକରେ ୨ଟି ବାଲି ସୈରାତ ସରକାରୀ ଭାବେ ନିଲାମ ଦିଆଯାଇଥିବା ବେଳେ ବେସରକାରୀ ଭାବେ ଦେବୀ ନଦୀର ରୋହିଆ, ବଛାଳୋ, ଓଷକଣାର ଭଟଣା ନଦୀ ପଠାରୁ ଶହ ଶହ ଟ୍ରାକ୍ଟର ଓ ହାଇୱାରେ ବାଲି ମନଇଚ୍ଛା ଉଠାଯାଉଛି । ଏପରିକି ଉକ୍ତ ବାଲି ଗାଡି ଗୁଡିକ କାକଟପୁର,ଅସ୍ତରଙ୍ଗ,ନିଆଳି,ବାଲିକୁଦା ଆଦି ବ୍ଳକର ଠିକାଦାରମାନେ କାର୍ଯ୍ୟ କରିବା ପାଇଁ ନେଉଥିବା ବେଳେ ବାଲି ମାଫିଆମାନେ ଭଲ ଦି ପଇସା ରୋଜଗାର କରୁଛନ୍ତି । ଆଗକୁ ବର୍ଷା ଦିନ ହେଉଥିବାରୁ ମାଫିଆମାନେ ବିଭିନ୍ନ ସ୍ଥାନରେ ବ୍ୟବସାୟ ଉଦ୍ଦେଶ୍ୟରେ ଚୋରା ବାଲି ଗଦା କରି ରଖିଛନ୍ତି । ଉକ୍ତ ବିଷୟରେ ତହସିଲ ଓ ରାଜସ୍ୱ କାର୍ଯ୍ୟାଳୟ ଜାଣିଲେ ମଧ୍ୟ ନଦେଖିଲା ପରି ଚୁପ ରହୁଛନ୍ତି । କେତେ ବେଳେ କେମିତି ଲୋକ ଦେଖାଣିଆ ଚଢାଉ କରାଯାଇ ଗୋଟିଏ ଦୁଇଟି ଗାଡି ଜବତ କରୁଛନ୍ତି । ସେହିପରି ଶିଖର ସେତୁ ମାନଙ୍କୁ ସଂଯୋଗ କରୁଥିବା ରାସ୍ତା ଦେଇ ପ୍ରତିଦିନ ବେଆଇନ ଭାବେ ବାଉଁଶ, ପଥର, ମାଦକ ଦ୍ରବ୍ୟ ଯଥା ଗଂଜେଇ ଓ ମଦ ଆଦି ବେପରୁଆ ଭାବେ ଯିବା ଆସିବା କରୁଛନ୍ତି । ଏହି ଗାଡି ଗୁଡିକ ଯିବା ପାଇଁ ମାସିକ କିଛି ଉତ୍କୋଚ ମଧ୍ୟ ଥାନାରେ ଦେଉଥିବା ଚର୍ଚ୍ଚା ଜୋର ଧରିଛି । ଏପରିକି ଠିକାଦାରମାନେ ନଦୀ ବନ୍ଧରେ ପଥର ପ୍ୟାକିଂ, ରାସ୍ତା ପାଶ୍ୱର୍ରେ ପଥର ପ୍ୟାକିଂ କରିବା ପାଇଁ ଶହ ଶହ ଟ୍ରକ ଚୋରା ପଥର ଆଣି କାର୍ଯ୍ୟରେ ଲଗାଉଛନ୍ତି । ସେମାନଙ୍କର କାଗଜପତ୍ର ଓ ସରକାରୀ ବ୍ୟବହୃତ “ଆର” ଫର୍ମ ନଥିବା ବେଳେ ଉକ୍ତ ଗାଡିକୁ ଥାନାରେ ଅଟକ ରଖାଯାଇ ବିଳମ୍ବିତ ରାତିରେ କାଗଜପତ୍ର ଠିକ୍ ଥିବା ଦର୍ଶାଇ ଛଡାଯାଉଛି । କେବଳ ସେତିକି ନୁହେଁ ପୁରୀ ଜିଲ୍ଲା ନୁଆହାଟରୁ ଚୋରା ମଦ,ଶୁଖୁଆ ଗାଡିରେ ଗଂଜେଇ ଆଦି ଏହି ବ୍ଳକକୁ ଆସିବା ଏକ ନିତି ଦିନିଆ ଘଟଣା । କିନ୍ତୁ ଅବକାରୀ ବିଭାଗ ଓ ଥାନା ପକ୍ଷରୁ କେତେ ବେଳେ କେମିତି ଗାଡିକୁ ଧରାଯାଇ ରଫାଦଫା କରାଯାଇ ଗାଡିକୁ ଛାଡି ଦିଆ ଯାଉଥିବାରୁ ଦିନକୁ ଦିନ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଏହି ବ୍ଳକରେ ଚୋରା ମଦ,ବ୍ରାଉନସୁଗାର ଓ ଗଂଜେଇ ଆଦି ବିକ୍ରି ବିଭିନ୍ନ ଛକ ସ୍ଥାନରେ ସହଜରେ ମିଳି ପାରୁଛି । କେବଳ ଯେ ମାଦକ ଦ୍ରବ୍ୟ ନୁହେଁ ପଥର ଓ ବାଲି ଆଦି ବୋଝେଇ ଗାଡି ଓଭରଲୋଡିଙ୍ଗ କରି ଯାଉଥିବା ବେଳେ ଉପରେ ପାଲ କିମ୍ବା ତମ୍ବୁ ଘୋଡାଉ ନାହାନ୍ତି । ଯାହାଫଳରେ ବାଲି ଉଡି ଯାନବାହାନରେ ଯାଉଥିବା ଜନସାଧାରଣଙ୍କ ଆଖିରେ ପଡୁଥିବା ଲକ୍ଷ୍ୟ କରାଯାଉଛି । ଓଭର ଲୋଡିଙ୍ଗ ଗାଡି ଯିବା ଦ୍ୱାରା ନିର୍ମାଣ କରାଯାଇଥିବା ପୂର୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଅଳ୍ପ ଦିନରେ ଦବି ନଷ୍ଟ ହୋଇଯାଉଛି । ଓଭର ଲୋଡିଙ୍ଗ ଗାଡିକୁ ଯାଚଂ ପାଇଁ ପରିବହନ ବିଭାଗର ଦାୟିତ୍ୱ ରହିଛି । କିନ୍ତୁ ଉକ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶସାନିକ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଏହି ବ୍ଳକରେ ଚୋରା କାରବାର ବୃଦ୍ଧି ପାଇଥିବା ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି । ଏ ବିଷୟରେ ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କରଙ୍କୁ ପଚାରିବାରୁ ଯେଉଁ ଗାଡି ଧରାଯାଉଛି ସେମାନଙ୍କର କାଗଜପତ୍ର ଯାଂଚ କରାଯାଉଛି, ଯଦି ଠିକ ନାହିଁ ତେବେ ମାମଲା ରୁଜୁ କରାଯାଉଛି । ସେହିପରି ଚୋରା ବାଲି ଚାଲାଣ ବିଷୟରେ ତହସିଲଦାର ଜେ.କଳ୍ପନାଙ୍କୁ ପଚାରିବାରୁ ଚୋରା ବାଲି ଗାଡି ଧରାଯାଇ ସେମାନଙ୍କୁ ଜୋରିମାନ କରାଯାଉଥିବା ପ୍ରକାଶ କରିଛନ୍ତି ।ଅନ କରାଯାଉତିବା ପ୍ରକାସ କରିଛନ୍ତି ।