ବିଶ୍ୱର ସବୁଠୁ ବଡ଼ ସମାଧିସ୍ଥଳ
ଦୁନିଆରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠାରେ ବିଶ୍ୱର ସବୁଠୁ ବଡ଼ ସାମୂହିକ ସମାଧିସ୍ଥଳର ସନ୍ଧାନ ମିଳିଛି । ଏକ ସଙ୍ଗେ ପ୍ରାୟ ୨୩୦ଟି କଙ୍କାଳ ବରାମଦ୍ ହୋଇଛି ଏଠାରୁ । ବିଶ୍ୱର ଏହା ପ୍ରଥମ ଏଭଳି ସମାଧିସ୍ଥଳ ଯେଉଁଠାରେ ଏତେ ମାତ୍ରାରେ କଙ୍କାଳ ମିଳିଛି । ଏହି ସାମୂହିକ ସମାଧିସ୍ଥଳ ଶ୍ରୀଲଙ୍କାର ମନ୍ନାର ସହରରେ ରହିଛି । ଏଠାରେ ଏକ ନୂତନ ପ୍ରାସାଦ ନିର୍ମାଣ ପାଇଁ ଖୋଳା ଆରମ୍ଭ କରାଯିବାବେଳେ ଏହି କଙ୍କାଳ ସବୁ ଠାବ କରାଯାଇଥିଲା । ପରେ ସମ୍ପୂର୍ଣ୍ଣ ଇଲାକାକୁ ଖୋଳିବା ପରେ ପ୍ରାୟ ୨୩୦ଟି କଙ୍କାଳ ବରାମଦ୍ କରାଯାଇଛି ।


