‘ଫ୍ରେଣ୍ଡସିପ୍’ର ପୋଷ୍ଟର ରିଲିଜ

ଭେଟେରାନ କ୍ରିକେଟର ହରଭଜନ ସିଂହ ଏବେ ଅଭିନୟ କ୍ଷେତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କର ଅପକମିଂ ଫିଲ୍ମର ନାମ ରହିଛି ‘ଫ୍ରେଣ୍ଡସିପ୍’ । ଫିଲ୍ମଟି ତାମିଲ ଭାଷାରେ ନିର୍ମିତ ହୋଇଥିବା ବେଳେ ତାର ନିର୍ଦ୍ଦେଶନା ଦେଉଛନ୍ତି ଜନ ପଲ ରାଜ ଏବଂ ଶ୍ୟାମ ସୂର୍ଯ୍ୟା । ଏଥିରେ ଭଜିଙ୍କ ସହ ଅଭିନେତା ଅର୍ଜୁନ ସାରଜାଙ୍କୁ ଦେଖିବାକୁ ମିଳିବ । ନିକଟରେ ତାର ପୋଷ୍ଟର ମଧ୍ୟ ରିଲିଜ ହୋଇଛି । ପୋଷ୍ଟରକୁ ହରଭଜନ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିବା ସହ ତାମିଲ ଭାଷାରେ ଏ ସମ୍ପର୍କରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଫିଲ୍ମର କାହାଣୀ କଥା କହିବାକୁ ଗଲେ ତାହା ଏକ କଲେଜ ଏବଂ କ୍ରୀଡ଼ା ଉପରେ ପର୍ଯ୍ୟବସିତ । ଅବଶ୍ୟ ସେଥିରେ ହରଭଜନଙ୍କ ଭୂମିକା କ’ଣ ରହିବ ତାହା ନିର୍ଦ୍ଧିଷ୍ଟ ଭାବେ ଜଣାପଡ଼ି ନାହିଁ । ଅଗଷ୍ଟ ମାସରେ ଫିଲ୍ମଟି ମୁକ୍ତିଲାଭ କରିପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ