ଲୋକଙ୍କ ଉପରେ ଫାଇନାନ୍ସ କମ୍ପାନୀ ମାନଙ୍କ ଦାଦାଗିରି
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ମାନଙ୍କ ଜୁଲମ କରୁଥିବା ଅଭିଯୋଗ ଆଣି ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଜଣାଇଲେ ମହିଳା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମରେ ବିଭିନ୍ନ ନାମଧାରି ଫାଇନାନ୍ସ କଂପାନୀ ମହିଳା ମାନଙ୍କୁ ନେଇ ଦଳ ଗଠନକରି କିଛି କିଛି ଟଙ୍କା ପ୍ରଦାନ କରି ମାସିକ କିମ୍ବା ସପ୍ତାହିକ କିସ୍ତି କିସ୍ତି କରି ଶୁଝିଥାଆନ୍ତି । ହେଲେ କରୋନା ପାଇଁ ଲକଡାଉନ କାରଣରୁ ଏବେ ମହିଳା ମାନେ କିସ୍ତି ବାନ୍ଧିବାକୁ ଅସମର୍ଥ ହୋଇପଡିଥିବା ବେଳେ ଆଉକିଛି ମାସ ସମୟ ଦେବାକୂ କମ୍ପାନୀ କୁ ଅନୁରୋଧ କରିଥିଲେ । ହେଲେ କର୍ମଚାରୀ ମାନେ କିସ୍ତି ଦେବାକୁ ବାଧ୍ୟକରି ଘର ସମ୍ମୁଖରେ ବସିରହିବା ସହ ଅଧିକ ସୁଧ ଓ ପୁଲିସ ଭୟ ଆଦି ଦେଖାଇ ମହିଳା ମାନଙ୍କୁ ଭୟଭୀତ କରାଇ ମାନସିକ ଚାପ ଦେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାର ବିଭିନ୍ନ ବ୍ଳକ ର ବିଭିନ୍ନ ଗ୍ରାମରେ ଏବେ ଅର୍ଥଲଗାଣ କାରି ସଂସ୍ଥା ମାନେ ଏକପ୍ରକାର ଜୁଲମ ଆରମ୍ଭ କରିଦେଇଛନ୍ତି । ଆଜି ବଙ୍କା ପଞ୍ଚାୟତର ଅନେକ ମହିଳା ଉପଜିଲ୍ଲାପାଳଙ୍କୁ ଭେଟି ଏହି ସଂପର୍କରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।


