ରଥଖଳା ହାଲଚାଲ୍
ପୁରୀ, (ଓ୍ବାଇଏନ୍ଏସ୍):ଚଳିତ ମାସ ୨୩ ତାରିଖରେ ଶ୍ରୀଗୁଣ୍ଡିଚା ରଥଯାତ୍ରା । ଚତୁର୍ଦ୍ଧାମୂର୍ତି ସମ୍ପ୍ରତି ଜ୍ୱରରେ ପୀଡ଼ିତ ଅଛନ୍ତି । ରାଜବୈଦ୍ୟଦ୍ୟଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଆୟୁର୍ବେଦ ଉପଚାର ଓଷ ଲାଗି ଜାରୀ ରହିଛି । ଶ୍ରୀଜୀଉମାନେ ଜ୍ୱରରୁ ସୁସ୍ଥ ହେବା ପରେ ସଂନ୍ଧ୍ୟା ଦର୍ଶନ ଏବଂ ଏହା ପରେ ଘୋଷଯାତ୍ରା ଅନୁଷ୍ଠିତ ହେବ ରଥରୁଢ଼ ଶ୍ରୀଜୀଉମାନେ ତିନି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିର ଓ ମାଉସୀ ମା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ନବ ଦିନ ବ୍ୟାପୀ ଏହି ଯାତ୍ରା ଅନୁଷ୍ଠିତ ହେବ । ଏହାକୁ ନେଇ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଇତିମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ରଥଖଳାରେ ବିଶ୍ୱକର୍ମା ମହାରଣାମାନେ କାର୍ଯ୍ୟ ଜାରୀ ରଖିଛନ୍ତି । ଭୂଇଁ ଉଠିବା ପରେ ପୋଟଳ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ପୋଟଳ ନିର୍ମାଣ ପରେ ପାରାଭାଡ଼ି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ପାରାଭାଡ଼ି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ପରେ ଖପୁରୀ ବାଡିଆ ହେବ । ଏହା ଉପରେ କଳସ ସ୍ଥାପନ କରାଯିବ । ସେହିପରି ଦୋଳବେଦୀ କୋଣରେ ଅସ୍ଥାୟୀ କମାର ଶାଳରେ ରଥ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ କିସମର କଂଟା ପର୍ଯ୍ୟାୟକ୍ରମେ ନିର୍ମାଣ କରି ଯୋଗାଉଛନ୍ତି । ରଥରେ ଚକ, ଅଖ, ଦଣ୍ଡା, ନାହାକା, ପ୍ରଥମଭୂଇଁ, ଦ୍ୱିତୀୟ ଭୂଇଁ ଓ ତୃତୀୟ ଭୂଇଁ ପରେ ପୋଟଳ ନିର୍ମାଣ ପାଇଁ ଏଥିପାଇଁ ମହାରଣାମାନେ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ଚିତ୍ରକର ସେବାୟତମାନେ ରଥରେ ରଙ୍ଗଦେବା କାର୍ଯ୍ୟ ଜାରୀ ରହିଛି । ବିଭିନ୍ନ ପାଶ୍ୱର୍ ଦେବାଦେବୀଙ୍କ ଚିତ୍ର ଓ କଳାକୃତିରେ ରଙ୍ଗ ଦେବାରେ ନିମଗ୍ନ ରହିିଛନ୍ତି ଚିତ୍ରକର ।


