କୋରୋ ପଞ୍ଚାୟତରେ ଜୀବନବିନ୍ଦୁ ରକ୍ତଦାନ ଶିବିର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) – କରୋନା ଜନିତ ଲକଡାଉନ ସମୟରେ ଜୀବନବିନ୍ଦୁ ଅନୁଷ୍ଠାନ ପକ୍ଷରୁ ୧୫ଟି ରକ୍ତଦାନ ଶିବିରର ଆୟୋଜନ ହୋଇସାରିଲାଣି । କେନ୍ଦ୍ରାପଡା ଜିଲ୍ଲା ରେଡ ଯୋନରେ ସ୍ଥାନ ପାଇଥିଲେ ସୁଦ୍ଧା ରକ୍ତଦାନ ଭଳି ଏକ ମହତ କାର୍ଯ୍ୟରେ ସାମାଜିକ ଦ୍ୱରତ୍ୱକୁ ରକ୍ଷା ରଖାଯାଇ ଜୀବନବିନ୍ଦୁ ରକ୍ତଦାନ ଶିବିର ଗୁଡିକ ଆୟୋଜିତ ହେଉଛି ।ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦ୍ୱର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ କାର୍ଯ୍ୟକାରୀ କରାଯିବାକୁ ଜୀବନବିନ୍ଦୁ କର୍ମକର୍ତ୍ତାମାନେ ଶଙ୍କଳ୍ପ ନେଇଛନ୍ତି । ଏହି ଉପଲକ୍ଷେ ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଂଚାୟତର ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ନେତୃତ୍ୱରେ ଏକ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେଡକ୍ରସ ରକ୍ତଭଣ୍ଡାରର ଅଧିକାରୀ ଡା.ମାନସ କୁମାର ଜେନା, କର୍ମଚାରୀ ରାକେଶ କୁମାର ମିଶ୍ର, ଉମାକାନ୍ତ ନାୟକ ଓ ରାଜୀବ ଲେଙ୍କାଙ୍କ ସହଯୋଗରେ ୩୬ ୟୁନିଟ ରକ୍ତ ସଂଗୃହିତ ହୋଇଛି । ଏହି ରକ୍ତଦାନ ଶିବିର ପରିଚାଳନାରେ ଜୀବନବିନ୍ଦୁ ସଂଯୋଜକ ରାଜେଶ ପଣ୍ଡା, କୋରୋ ପଂଚାୟତ ସରପଂଚ ତଅପୋଇ ମଳିକ, ସମିତି ସଭ୍ୟା ରଙ୍ଗଲତା ମଳିକ, ଯୁବନେତା ନରୋତ୍ତମ ମଳିକ, ଅମିତ କୁମାର ଜେନା, ଜଗବନ୍ଧୁ ନାୟକ, ପଂଚାୟତ ସଭାପତି ଅଶୋକ କୁମାର ବରାଳ, ଅରୁଣ କୁମାର ପ୍ରଧାନ, ଶରତ ସାମଲ, ମନ୍ମଥ ରାଉତ, ରବିନ୍ଦ୍ର କୁମାର ପରିଡା, କୃତିବାସ ସ୍ୱାଇଁ, ସୁବ୍ରତ ସାମଲ, ହରିପଦ ବେହେରା, ଜୀତେନ୍ଦ୍ର ରାଉତ, ବିଜନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଗୁଡିକୁ ଆୟୋଜନ କରିବାରେ ପ୍ରମୁଖ ସହଯୋଗ କରିଥିବା କୁତୁରଙ୍ଗ ସରପଂଚ ସୀତାସୁନ୍ଦରୀ ମଳିକ, କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି, ନିକିରାଇ ସରପଂଚ ସନତ କୁମାର ଜେନା,ଇନ୍ଦୁପୁର ସରପଂଚ ରୀନା ମଳିକ,କୋରୋ ସରପଂଚ ତଅପୋଇ ମଳିକ,ଇନ୍ଦୁପୁର ସମିତିସଭ୍ୟ ସନ୍ତୋଷ ବେହେରା,ଗାଙ୍ଗପଡା ବିଜୁ ଯୁବ ବାହିନୀ ସଭାପତି ଅସୀତବନ୍ଧୁ ଧଳ,କୁତୁରଙ୍ଗବିଜୁ ଯୁବ ବାହିନୀ ସଭାପତି ମନୋଜ କୁମାର ଜେନା,କପାଳେଶ୍ୱର ବିଜୁ ଯୁବ ବାହିନୀ କୋଷାଧ୍ୟକ୍ଷ ସରିତସଙ୍ଗମ ସ୍ୱାଇଁ,କୋରୋ ବିଜୁ ଯୁବ ବାହିନୀ ସଭାପତି ଜୀତେନ୍ଦ୍ର ରାଉତ,ସମାଜସେବୀ ଦୈତାରୀ ଜେନା,ଉଦୟ ମଳିକ,ଛାତ୍ରନେତା ସତ୍ୟରଞ୍ଜନ ସେନାପତି ଓ ଅଭିଜିତ ସିଂ,ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା ଏବଂ କୋରୋ ପଂଚାୟତ ସଭାପତି ଅଶୋକ କୁମାର ବରାଳଙ୍କ ସମେତ ରକ୍ତଭଣ୍ଡାରର ଅଧିକାରୀ ଡା. ମାନସ କୁମାର ଜେନା, କର୍ମଚାରୀ ରାକେଶ କୁମାର ମିଶ୍ର, ଉମାକାନ୍ତ ନାୟକ ଓ ରାଜୀବ ଲେଙ୍କା ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ଜୀବନବିନ୍ଦୁ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।


