ଦିବ୍ୟାଙ୍ଗଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଥାନା ଘେରିଲା ସଂଘ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ଜଣେ ଦିବ୍ୟାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଣ୍ଟା ଭିଡିଛି ଦିବ୍ୟାଙ୍ଗ ସଂଘ । ସେମାନେ ଏଥିପାଇଁ ଆଜି ନନ୍ଦିପଦା ଥାନା ଘେରାଉକରି ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ କରିଥିବା ଅଭିଯୋଗ ଅନୁଯାଇ ଗତ ୯ତାରିଖ ଦିନ ହାଟଡିହି ବ୍ଲକ ଅମୃତପୁର ଗ୍ରାମର ଚିତ୍ତରଞନ ଭୁତିଆ ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ତାଙ୍କ ଗ୍ରାମରେ ଚାଲିଥିବା ମନରେଗା ଯୋଜନା କାର୍ଯ୍ୟକୁ ବିରୋଧ କରିବାରୁ ସେହିଗ୍ରାମର ମକରଧ୍ୱଜ ଭୁତିଆ ନାମକ ଜଣେ ବ୍ୟକ୍ତି ମାଡମାରି ଆହତ କରିଥିଲେ । ଏପରିକି ତାଙ୍କୁ ମାଡ ମାରୁଥିବା ସମୟରେ ଆଇତିପୁରର ଗ୍ରାମର ଶରତ ଦାସ ନାମକ ଜଣେ ବ୍ୟକ୍ତି ଆସି ଛଡାଛଡି କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣର ଶୀକାର ହେବାକୁ ପଡିଥିଲା ବୋଲି ଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ପୁଲିସ ଅଭିଯୋଗକୁ ଗ୍ରହଣ କରିବାପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ମକରଧ୍ୱଜଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ଆଗୁଆ ଏକ ମାମଲା ରୁଜୁକରି ଥିଲା । ଜଣେ ଗରିବ ଅସହାୟ ଭିନ୍ନକ୍ଷମ ବ୍ୟକ୍ତି ନ୍ୟାୟ ନପାଇବାରୁ ଶୁଭ୍ରଜ୍ୟୋତି ଦିବ୍ୟାଙ୍ଗ ସଂଘ ହାଟଡିହି ପକ୍ଷରୁ ଏନେଇ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନନେବାରୁ ଆଜି ସଂଘ ପକ୍ଷରୁ ଜିଲ୍ଲା ସଭାପତି ନାରାୟଣ ବେହେରା, ବ୍ଲକ ସଭାପତି ଜୟକୃଷ୍ଣ ସେଠୀ, ସମ୍ପାଦକ ରଞ୍ଜନ କୁମାର ପଣ୍ଡା, ସଦସ୍ୟ ପୁର୍ଣ୍ଣିମା ଜେନା, ସୁକାନ୍ତ ସେନାପତି, ନରେନ୍ଦ୍ର ସୁତାର, ବାଦଲ ଦେହୁରୀ, ଉଷାରାଣୀ ଦାସ, ଉଷାରାଣୀ ଓଝା, ସୁବାସ ନାୟକ, ସ୍ୱର୍ଣ୍ଣଲତା ଦାସ, ପ୍ରଫୁଲ ଜେନା, ଗଦାଧର ଦେହୁରୀ, ନୟନୀ ମହାପାତ୍ର, ନୃଷିହଂ ଜେନା ପ୍ରମୁଖ ନନ୍ଦିପଦା ଥାନା ଘେରାଉ କରିବା ସହିତ ପୁନର୍ବାର ଆଉଏକ ଦାବିପତ୍ର ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଛନ୍ତି । ନଚେତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସଂଘ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ