ମଧ୍ୟ ପ୍ରଦେଶରେ ଅତଡା ଖସି ଓଡିଆ ଶ୍ରମିକଙ୍କ ମୃତ୍ୟୁ

ବେଲଗୁଣ୍ଠା ,( ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ବଡଦାଣ୍ଡ ସାହିର ଶିଶିର ବିଷୋୟୀ (୩୫ ) ନାମକ ଜଣେ ଯୁବକ ଜଣକ ଜଣେ କଣ୍ଟ୍ରାକ୍ଟରଙ୍କ ସହାୟତାରେ ଗତ ୨ ମାସ ତଳେ ମଧ୍ୟ ପ୍ରଦେଶ ରେ ଶ୍ରମିକ ଭାବେ କାର‌୍ୟ୍ୟକରିବାକୁ ଯାଇଥିଲେ । ୧୩ ତାରିଖ ମଧ୍ୟରାତ୍ରରେ କାମ କରୁଥିବା ସମୟରେ ଅଣ୍ଡରଗ୍ରାଉଣ୍ଡ ଅତଡା ଖସିଯିବାରୁ ମାଟି ତଳେ ଚାପି ହୋଇ ଯୁବକ ଜଣକ ମୃତ୍ୟୁ ବରଣ କରିଥିଲେ । ୧୪ ତାରିଖ ଦିନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ସଂମ୍ପୃକ୍ତ କଣ୍ଟ୍ରାକ୍ଟ୍ରର ଓ କନଷ୍ଟକସନର ଶବ ପ୍ରଦାନ କରିବା ପରେ ଆମ୍ବୁଲାନ୍ସ ଯୋଗେ ୩.୩୦ ସମୟରେ ପହଞ୍ଚିବାପରେ ଗ୍ରାମରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶବ ସଂସ୍କାର କରାଯାଇଛି । ସେ ଗତ ୩ ବର୍ଷ ତଳେ ବିବାହ କରିଥିଲେ ,ତାଙ୍କର ଜଣେ ଶିଶୁ କନ୍ୟା ମଧ୍ୟ ଅଛନ୍ତି ,ତେଣୁ ଗ୍ରାମବାସୀ ସରକାରୀ ସହାୟତା ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ