ବିଜୟ ମହାପାତ୍ରଙ୍କ ପ୍ରଚାର ପାଇଁ ବିଜେପି ନେତା ସମ୍ବିତ ପାତ୍ରଙ୍କ ରୋଡ ୍ ଶୋ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିବାକୁ ଆସି କେନ୍ଦ୍ରାପଡାରେ ପହଁଚିବା ପରେ ସୋମବାର ଅପରାହ୍ନରେ ବିଜେପି ନେତା ସମ୍ବିତ ପାତ୍ର ରୋଡଶୋ ମାଧ୍ୟମରେ ପ୍ରଚାର କରିଥିବା ଜଣାପଡିଛି । ଏହି ଉପଲକ୍ଷେ କେନ୍ଦ୍ରାପଡା କଲେଜଛକ ଠାରୁ ଏକ ଖୋଲା ଜିପରେ ବିଜେପି ନେତା ଶ୍ରୀ ପାତ୍ର ଉଦୟ ନଗର,ମିର୍ଜାପାଟଣା,ଠାକୁରହାଟ,ବାଲିପାଟଣା,ଛାଞ୍ଚୁଣିଆ ପ୍ରଭୃତି ଗ୍ରାମ ଓ ବଜାରରେ ବିଜୟ ମହାପାତ୍ରଙ୍କ ନିମନ୍ତେ ନିର୍ବାଚନୀ ପ୍ରଚାର କରିଥିଲେ । ବିଜେପି ନେତା ଶ୍ରୀ ପାତ୍ରଙ୍କ ସହିତ ଦଳର ରାଜ୍ୟ ନେତୃତ୍ୱ କନକ ବର୍ଦ୍ଧନ ସିଂଦେଓ,ସମୀର ଦେ ପ୍ରମୁଖ ପ୍ରଚାର କରିଥିବା ବେଳେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଲୋକମାନେ ଫୁଲତୋଡାଦେଇ ସ୍ୱାଗତ କରିଥରବାର ଦେଖାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାରେ ସାମିଲ ହୋଇ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଜିତାଇବା ପାଇଁ ଭୋଟଭିକ୍ଷା କରିଥିଲେ । ଏହି ରୋଡଶୋରେ ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ,ସରୋଜକାନ୍ତ ବିହାରୀ,ଯୁବନେତା ଦିଲ୍ଲିପ ଦାଶ,ରବିନ୍ଦ୍ର ବେହେରା,ଅଶୋକ ସାହୁ,ସେକ କରାମତ ବେଗ,ସରୋଜକାନ୍ତ ନାୟକ ପ୍ରମୁଖ ଶତାଧିକ ଦଳୀୟକର୍ମୀ ଓ ସମର୍ଥକମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ