ଓଡି଼ଶାର ପ୍ରଥମ ଶିଶୁମିତ୍ର ଓ ମହିଳା ସୁରକ୍ଷା ପ୍ରକୋଷ୍ଠ ଗଜପତି ଜିଲ୍ଲା ଏସପିଙ୍କ ଦ୍ୱାରା ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ପରିସରରେ ଓଡି଼ଶାର ସର୍ବ ପ୍ରଥମ ଶିଶୁମିତ୍ର ଓ ମହିଳା ସୁରକ୍ଷା ପ୍ରକୋଷ୍ଠ ଆଜି ଠାରୁ କାର୍ଯ୍ୟରମ୍ଭ ହୋଇଛି । ଏହାକୁ ଗଜପତି ଜିଲ୍ଲା ଏସପି ସାରା ର୍ଶମା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନ ପରେ ଏସପି ସାରା ର୍ଶମା କହିଛନ୍ତି ଯେ, ଶିଶୁ ଓ ମହିଳାଙ୍କ ସୁରକ୍ଷା ଓ ହିତ ପାଇଁ କାର୍ଯ୍ୟ କରିବ । ଅଭିଯୋଗକାରିଣୀ ମହିଳାମାନେ ସେମାନଙ୍କ ସନ୍ତାନଙ୍କ ସମ୍ମୁଖରେ ସେମାନଙ୍କ ଅଭିଯୋଗ କହିବାକୁ କୁଣ୍ଠାବୋଧ କରିବାରୁ ଉକ୍ତ ପ୍ରକୋଷ୍ଠରେ ସେମାନଙ୍କ ସନ୍ତାନମାନଙ୍କୁ ଛାଡି ଅଭିଯୋଗ କରିପାରିବେ । ଶିଶୁମିତ୍ର ପ୍ରକୋଷ୍ଠଟି ସେହିଭଳି ଶିଶୁମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରି ଅଭିଯୋଗକାରିଣୀ ମହିଳାଙ୍କୁ ସେମାନଙ୍କ ଅସୁବିଧା ବର୍ଣ୍ଣନା କରିବାରେ ସହାୟକ ହୋଇପାରିବ । ସେହିଭଳି ଶିଶୁମାନେ ମଧ୍ୟ ଶିଶୁମିତ୍ର ପ୍ରକୋଷ୍ଠରେ ଥିବା ଆସବାପତ୍ର, କଣ୍ଢେଇ ଓ ଖେଳ ସାମଗ୍ରୀ ବ୍ୟସ୍ତ ରହିଲେ, ସେମାନଙ୍କର ପରିବାରବର୍ଗ ସେମାନଙ୍କର ଅସୁବିଧା ଜଣାଇବାରେ ସହାୟକ ହୋଇପାରିବେ । ଶିଶୁମାନେ ସେହି ପ୍ରକୋଷ୍ଠରେ ଥିବା ବିଭିନ୍ନ ପଶୁପକ୍ଷୀ ଚିତ୍ର, ଖେଳନା ଆଦିରେ ବ୍ୟସ୍ତ ରହିଲେ, ସେମାନଙ୍କର ସମୟକୁ ବି ସହଜରେ ଉପଭୋଗ କରିପାରିବେ । ଉକ୍ତ ପ୍ରକୋଷ୍ଠଟି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କର ଗୋପନୀୟତା ରକ୍ଷା କରିବାରେ ସହାୟକ ହେବ । ଶିଶୁମିତ୍ର ପ୍ରକୋଷ୍ଠଟି ଓଡି଼ଶା ପୋଲିସ ପାଇଁ ଓଡି଼ଶା ରାଜ୍ୟରେ ପ୍ରଥମ ଅଟେ । ଉକ୍ତ ପ୍ରକୋଷ୍ଠଟିକୁ ଚିତ୍ରିତ ଓ ସାଜସଜ୍ଜା କରିବାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଗଜପତି ଅକଣ୍ଠ ଚିତ୍ତର ସମସ୍ତ ସାହାର୍ଯ୍ୟ ଓ ସହଯୋଗ ହାତ ବଢାଇଛନ୍ତି । ଭବିଷ୍ୟତରେ ଉକ୍ତ ପ୍ରକୋଷ୍ଠ ମହିଳା ଓ ଶିଶୁଙ୍କ ସହାୟତା କ୍ଷେତ୍ରରେ ଯେଉଁ ଅସୁବିଧା ପରିଲକ୍ଷିତ ହେଉଥିଲା, ତାହାକୁ ଦୂରକରି ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ କମାଇବାରେ ବିଶେଷ ସହାୟକ ହେବ । ପରିବର୍ତ୍ତୀ ସମୟରେ ଆମ୍ଭେ ଗଜପତି ଆରକ୍ଷୀ ଜିଲ୍ଲାରେ ସମସ୍ତ ଥାନାରେ ଶିଶୁମିତ୍ର ପ୍ରକୋଷ୍ଠ ଖୋଲିବାର ଚେଷ୍ଟା କରିଛନ୍ତି । ଆଜିକାର ଉଦ୍ଘାଟନ କାର୍ଯ୍ୟକ୍ରମରେ ଏସପିଙ୍କ ସମେତ ଡିଏସପି ପ୍ରକାଶ ଚନ୍ଦ୍ର ଜେନା, ଏସଡିପିଓ ଠାକୁର ପ୍ରସାଦ ପାତ୍ର, ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅନୁଷ୍ଠାନର ଅଧ୍ୟକ୍ଷ ପ୍ରମୋଦ ଲିମ୍ମା ଉପସ୍ଥିତ ଥିଲେ ।