ଗଜପତିରେ ହାଇୱା ଧକ୍କା ଯୋଗୁଁ 2 ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତ୍ତର ଅନ୍ୟ ତିନି ଜଣ ଆହତ ଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୂଯାୟୀ ଉକ୍ତ ବଡ଼ଗାଁ ରାସ୍ତା କଡରେ ଏକ ଦୋକାନ ସମ୍ମୁଖରେ ଗୋଟିଏ ଅଟୋ ସେଠାରେ ଅଟକି ରହି ସାନିଟାରୀ ସାମଗ୍ରୀ ଗୁଡିକୁ ବିକ୍ରି କରୁଥିବାବେଳେ ଅନ୍ୟ କିଛି ଲୋକ ଉକ୍ତ ରାସ୍ତା କଡ଼ରେ ହିଁ ରହିଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା od 20 e 1105 ନମ୍ବର ଯୁକ୍ତ ଏକ ହାଇୱା ଅଟୋ ଟିକୁ ଧକ୍କା ଦେଇଥିଲା। ଯାହା ଫଳରେ ଅଟୋଟି ଛିଟିକି ହୋଇ ରାସ୍ତା କଡ଼ରୁ କିଛି ଦୂରରେ ଯାଇ ପଡିଥିଲା. ଏହି ଦୁର୍ଘଟଣାରେ ସିବାଲା ବେଣୁ ଗୋପାଲ ଏବଂ ବି, ସମ୍ମୁଖ ରାଓ ଙ୍କ ମୃତ୍ୟୁ ଘଟି ଥିବା ବେଳେ ଜଣେ ଗୁରୁତ୍ତର ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଜାଣିବାକୁ ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ମୃତ୍ତକଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଯାଇଛି। ଅନ୍ୟ ଗୁରୁତ୍ତର ଜଣଙ୍କ ବାହାରକୁ ଚିକିତ୍ସା ପାଇଁ ପଠା ଯାଇଥିବା ସୂଚନା ରହିଛି। ଏହି ଘଟଣା ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବି ଦେଖିବାକୁ ମିଳିଛି। ଏହି ବାଲି ବୋଝାଇ ହାଇୱାର ଡ୍ରାଇଭର ମନମୁଖି ଭାବେ ଅତ୍ୟନ୍ତ ଦ୍ରୁତଗତିରେ ଗାଡି ଚଲାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି.


