ପାଟକୁରାରେ ଭୋଟରଙ୍କୁ ଭୟଭିତ କରିବା ପାଇଁ ବିଜେପି ସମର୍ଥକଙ୍କୁ ଗୁଳିମାଡ କରାଯାଇଛି- ପ୍ରବକ୍ତା ସମ୍ବିତ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ପାଟକୁରା ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ଭୟଭିତ କରିବା ଉଦେଶ୍ୟରେ କେନ୍ଦ୍ରାପଡାରେ ଜଣେ ବିଜେପି ସମର୍ଥକଙ୍କୁ ଗୁଳିମାଡ କରାଯାଇଛି ବୋଲି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଙ୍ଗଳବାର ଅପରାହ୍ନରେ କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଟିତ ଏକ ପତ୍ରକାର ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି । ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ ବିଜୁ ପଟ୍ଟନାୟକ ଯେଉଁ ବିଜୟ ମହାପାତ୍ରଙ୍କୁ ଟିକି ବିଜୁ ବୋଲି ପାଟକୁରାବାସୀଙ୍କ ପାଖରେ ପରିଚିତ କରାଇଥିଲେ ଆଜି ପାଟକୁରାର ସ୍ୱାଭିମାନ ସେହି ବିଜୟ ମହାପାତ୍ରଙ୍କୁ ହରାଇବାକୁ କାହିଁକି ସରକାରୀ କଳ ତତ୍ପର ହୋଇପଡିଛନ୍ତି ତାହା ବୁଝାପଡୁନି । ଓଡିଶା ବିଧାନସଭାରେ ବିଜୟଙ୍କ ଭଳି ଜଣେ ଟାଣୁଆ ନେତା ବିରେଧୀଦଳରେ ରହିଲେ ସରକାରକୁ ସଠିକ ବାଟରେ ଯିବାପାଇଁ ସୁଯୋଗ ମିଳିବ । କିନ୍ତୁ ରାଜ୍ୟର ବିଜେଡି ସରକାର ବିଜୟ ମହାପାତ୍ରଙ୍କୁ ବିଧାନସଭା ଭିତରକୁ ପୁରାଇନଦେବା ପାଇଁ ସମସ୍ତ ଚକ୍ରାନ୍ତ କରିଚାଲିଛନ୍ତି ଏମିତିକି ସରକାରୀ କର୍ମଚାରୀ ବିଜେଡି ଝଣ୍ଡା ଧରି ପ୍ରାର୍ଥିଙ୍କ ପାଇଁ ପ୍ରଚାର କରୁଛନ୍ତି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଥିଲେ । ରାଜ୍ୟ ବିଜେଡି ସରକାରର ବିଧାୟକ ଓ ମନ୍ତ୍ରୀମାନେ ଏଠାରେ ପଡିରହି ବିଜୟଙ୍କ ନିଶ୍ଚିନ୍ତ ବିଜୟକୁ ପ୍ରତିହତ କରିବା ପାଇଁ ସମସ୍ତ କଳ,ବଳ ଓ କୈାଶଳକୁ ଆପଣେଇବା ସହ ପଇସା ଦେଇ ଭୋଟନେବାକୁ ପ୍ରୟାସ ଚଳାଇଥିବା ଗଣତନ୍ତ୍ର ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି ଶ୍ରୀ ପାତ୍ର କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମାତ୍ର ପାଟକୁରା ବିଧାନସଭା ନିର୍ବାଚନରେ ପ୍ରାର୍ଥୀନୀଙ୍କ ପ୍ରଚାର ନିମନ୍ତେ ଏଠାକୁ ଆସିବା ଘଟଣା ତାଙ୍କ ଦଳର ଅନ୍ୟମାନଙ୍କ ଉପରେ ଭରସାନକରିବା ନା ବିଜୟଙ୍କୁ ଭୟକରି ବୋଲି ଶ୍ରୀ ପାତ୍ର କହିଥିଲେ । ବିଜେଡି ପ୍ରାର୍ଥୀନୀ ଭୋଟରଙ୍କୁ ଅର୍ଥ ଦେଉଥିବା ଘଟଣା ଗଣତନ୍ତ୍ର ପ୍ରତି ମହାବିପଦ ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ପାତ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ପତ୍ରକାର ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ,ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର,ବିଜେପି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ,ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ,ପ୍ରଶନ୍ନ ପରିଡା,ସୁକାନ୍ତ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ