ଆଦର୍ଶ ବିଦ୍ୟାଳୟରେ ଭିଏମ୍ଡିସି ପରିଚାଳନା ଉନ୍ନତି କମିଟିର ବୈଠକ

ଚିକିଟି;(ଯୁଗାବ୍ଦ ନ୍ୟୁଜ୍) : ଚିକିଟି ବ୍ଲକ ଅନ୍ତର୍ଗତ ପିତାତଳି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଭିଏମଡିସି ବିଦ୍ୟାଳୟ ପରିଚାଳନା କମିଟିର ଏକ ବୈଠକ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ ,ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ ଭିଏମଡିସି ସଦସ୍ୟ ମାନଙ୍କୁ ଅନ୍ତଭୁକ୍ତ କରାଯାଇଥିଲା ।୨୦୧୮-୨୦୧୯ ମସିହା ସିବିଏସଇ ପରୀକ୍ଷା ଉପଲବ୍ଧି ଓ ମୋ ସ୍କୁଲ ,ଶ୍ରେଷ୍ଠ ସ୍କୁଲ ,ବିଦ୍ୟାଳୟର ପାନୀୟ ୍ଜଳ ସମସ୍ୟା ,ବିଦ୍ୟାର୍ଥୀ ମାନଙ୍କର ଯାତାୟତ ବ୍ୟବସ୍ଥା , ବିଦ୍ୟାଳୟ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଆଦି ବହୁ ଗୁରୁତ୍ୱପୂଣ୍ଣ ନିଷ୍ପତି ସମାଧାନ ପାଇଁ ନିଆଯାଇଥିଲା ।ଏହି ବୈଠକରେ ବିଦ୍ୟାଳୟର ଅଧକ୍ଷ ସିଏଚ୍ ହେମନ୍ତ କୁମାର ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ଚିକିଟି ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ,ଫାଲଗାନୀ ମାଝୀ ,କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ବହୁ ଶିକ୍ଷକ ସହଯୋଗ କରିଥିଲେ ।ବୈଠକ ଶେଷରେ ବିଶ୍ୱନାଥ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ