ସର୍ପାଘାତରେ ଶିଶୁକନ୍ୟା ମୃତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଆଶାଢ ମାସର ଆଦ୍ୟ ପର୍ବ ।ପ୍ରବଳ ଗରମ ଗୁଳୁଗୁଳି ଯୋଗୁଁ ଜୀବଜନ୍ତୁ ସମସ୍ତେ ଆଉଟୁ ପାଉଟୁ । ମାଟି ତଳେ ଗରମ ଯୋଗୁଁ ସାପମାନେ ପଦାକୁ ବାହାରି ଖାଦ୍ୟ ଅନ୍ୱେଷଣ କରିବା ସହ ଥଣ୍ଡା ପବନ ପାଆନ୍ତି । ତେଣୁ ସେମାନେ କିଛି ନା କିଛି ଅଘଟଣ ଘଟାଇଥାନ୍ତି । ଏଭଳି ଦୁର୍ଘଟଣା ପ୍ରାୟ ପାହାଡିଆ ଅଞ୍ଚଳରେ ବେଶି ଘଟିଥାଏ । ମୟୂରଭଂଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଭିତର ଆମଦାନୀ ଗାଁରେ ସୋମବାର ରାତିରେ ଖଟରେ ଶୋଇଥିବା ବେଳେ ସାପ କାମୁଡାରେ ଜନୈକ ୧୦ ବର୍ଷର ଶିଶୁକନ୍ୟା ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସ୍ବର୍ଗତ ରଘୁଦାସ ମାରାଣ୍ଡିଙ୍କ ୧୦ବର୍ଷିଆ ଶିଶୁକନ୍ୟା ସୁଖୁମଣି ମାରାଣ୍ଡି ନିଜର ମା ଓ ବୁଢ଼ିମା ପାଖରେ ଶୋଇଥିଲା ।ସକାଳୁ ଦେଖନ୍ତେ ତା’ର ପାଟିରୁ ଲାଳ ଓ ଫେଣ ବାହାରୁଛି ।ତାକୁ ନେଇ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ତାଙ୍କର ପରିବାର ବହୁତ ଗରିବ । ପୂର୍ବରୁ ବାପ ଚାଲି ଯାଇଥିଲା ଏବେ ଏକମାତ୍ର ଝିଅ ଥିଲା ତାକୁ ମଧ୍ୟ ଭଗବାନ ଛଡାଇ ନେଲେ ।ଘରେ ବୁଢ଼ିମା ଓ ତହତଭାଗିନୀ ମାଛି ।ଅତି ଗରିବ ଶ୍ରେଣୀର । ସରକାର ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ