ନିଆରା ପରମ୍ପରା ଝିଅଙ୍କୁ କରାଯାଏ ବ୍ରତୋପୟନ
ଯାଦବ ବଂଶର ନିଆରା ପରମ୍ପରା କୁଣ୍ଡାବର ପର୍ବ । ଯେଉଁ ପର୍ବରେ ଛୋଟ ଛୋଟ ଝିଅମାନଙ୍କୁ ସମୂହ ବ୍ରତୋପନୟନ କରାଯାଏ । କାହିଁ କେଉଁ ରାଜରାଜୁଡା କାଳରୁ ଚାଲିଆସିଛି ଏହି ପରମ୍ପରା । ଯାଦବ ବଂଶ ବା ମଗଦା ଗୌଡ଼ଙ୍କ ନିଆରା କୁଣ୍ଡା ବର ପର୍ବରେ ଝିଅମାନଙ୍କୁ ବ୍ରତୋପନୟନ କରାଯାଏ । ସାଧାରଣତଃ ବ୍ରାହ୍ମଣ ସମ୍ପ୍ରଦାୟର ବାଳକମାନଙ୍କୁ ବ୍ରତ କରାଯାଇଥାଏ । ମାତ୍ର ରାୟଗଡ଼ ଜିଲ୍ଲା କୋଲନରା ବ୍ଲକ୍ ଅଞ୍ଚଳର ଗୌଡ଼ ଲେଳିବାଡିରେ ରହୁଥିବା ଯାଦବ ବା ମଗଦା ଗୌଡ଼ମାନେ ରାୟଗଡ଼ ଜିଲ୍ଲା କୋଲନରା ବ୍ଲକ୍ ଗୌଡ଼ ଲେଲିବାଡି ଗାଁରେ ରହନ୍ତି ପ୍ରାୟ ୫୦ ଯାଦବ ପରିବାର । ୫ ବର୍ଷ କିମ୍ବା ୧୦ ବର୍ଷରେ ଥରେ ପାଳନ କରିଥାନ୍ତି ଏହି ପର୍ବ । ଜନ୍ମର ଏକ ମାସଠାରୁ ଗୃହ ଯୋଗ୍ୟ ହେବା ପୂର୍ବରୁ (୧ ବର୍ଷରୁ ୭ ବର୍ଷ) ମଧ୍ୟରେ କୁଣ୍ଡାବର ପର୍ବ ଯାଦବ ସମାଜରେ ନିଶ୍ଚିତଭାବେ କରିବାକୁ ହୋଇଥାଏ । ଯଦି ବ୍ରତ ନହୋଇ ଝିଅ ଗୃହଯୋଗ୍ୟ ହୋଇ ଘରେ ରହେ ତେବେ ଗୃହପାଇଁ ଅମଙ୍ଗଳ ହେବା ବିଶ୍ୱାସ ରହିଛି । ତ୍ରିପତି କଣ୍ଟାବଂଶରେ ଏଭଳି କୁଣ୍ଡାବର ପର୍ବ ପାଳନ ହୁଏ । ଯଦି କୌଣସି ଝିଅକୁ କୁଣ୍ଡାବର ପର୍ବରେ ବ୍ରତ କରିନଥାନ୍ତି ତେବେ ଗୃହ ଯୋଗ୍ୟହେଲେ ତାକୁ ନେଇ ଦୁର ଜଙ୍ଗଲରେ କିଛି ଖାଦ୍ୟ ଥଳିରେ ଦେଇ ଛାଡି ଆସିବା ନିୟମ ରହିଛି । ଏହି ପର୍ବ ତିନିଦିନ ଧରି ପାଳନ କରନ୍ତି ଯାଦବ ବଂଶ । ଗାଁ ମଝିରେ ବେଦୀ ଛାମୁଣ୍ଡିଆ, ପକାଇ ପ୍ରଥମେ ପୂଜକଙ୍କ ଦ୍ୱାରା ଆମ୍ବପାଣି ଢାଳିବା ସହିତ ଶିଶୁ କନ୍ୟାମାନଙ୍କୁ ବୋହୂ ବେଶରେ ସଜାଇ ବେଦୀକୁ ନେଇ ପୂଜକ ଦ୍ୱାରା ମନ୍ତ୍ରଜଳ ଛିଞ୍ଚନ କରି ବିଧି ଅନୁଯାୟୀ ଶିଶୁ କନ୍ୟାମାନଙ୍କୁ ବ୍ରତ କରିଥାନ୍ତି । ଏହି ବ୍ରତଠାରୁ କୌଣସି କନ୍ୟା ପକ୍ଷୀ ଜାତୀୟ ଆମିଷ ଖାଇବାକୁ ସମ୍ପୂର୍ଣ ବାରଣ ହୋଇଥାଏ । ଏହାପରେ ଗାଁ ଦାଣ୍ଡରେ ନାଚ, ଗୀତ, ବାଦ୍ୟର ତାଳେତାଳେ ମସ୍ଗୁଲ ହୋଇ ନାଚିବା ସହିତ ଭୋଜି ଭାତର ଆୟଜନ ହୋଇଥାଏ । ଯଦି କୌଣସି କାରଣବଶତଃ ଗାଁରେ ଏହା ପାଳନ କରିନଥାନ୍ତି ତେବେ ପାଖ ଗାଁକୁ ନେଇ ବିବାହ କରିବାକୁ ବାଧ୍ୟ ହୋଇଥାନ୍ତି ବୋଲି କହିଛନ୍ତି ମାନସୀ ନାଗବଂସ ।


