ରଥଯାତ୍ରା ଓଡ଼ିଶାରେ ହୋଇପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ
ଖୋର୍ଦ୍ଦା, (ଓ୍ବାଇଏନ୍ଏସ୍):ଚଳିତ ବର୍ଷ ରଥଯାତ୍ରା ଓଡ଼ିଶାରେ ହୋଇପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ଏହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତଙ୍କ ମନକୁ ଆଘାତ ପହଞ୍ôଚବା ସହ ବିଭିନ୍ନ ସ୍ଥାନରେ ଏନେଇ ଅସନ୍ତୋଷ ଜାରି ରହିଛି । ଓଡ଼ିଶା ସରକାରଙ୍କ ଅଣଓଡ଼ିଆ ଅଧିବକ୍ତା ହରିଶ ସାଲ୍ୱେଙ୍କ ପ୍ରସ୍ତାବକୁ ଗ୍ରାହଣ କରି ସର୍ବୋଚ୍ଚ ନ୍ୟାୟାଳୟ ରଥଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଗୁପ୍ତ ଗୁଣ୍ଡିଚା ପାଇଁ କୌଣସି ନିର୍ଦ୍ଦେଶନାମା ନଦେବା ହିଁ ଦୁର୍ଭାଗ୍ୟ । ଯଦି ସରକାରଙ୍କ ଇଚ୍ଛା ନଥିଲା ତେବେ ରଥ ନିର୍ମାଣ ପାଇଁ ଅନୁମତି କାହିଁକି ପ୍ରଦାନ କରୁଥିଲେ । ରଥ ନିର୍ମାଣ ଓ ରଥଯାତ୍ରା ପ୍ରସ୍ତୁତି ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥକୁ ଭରଣ କିଏ କରିବ ବୋଲି ପ୍ରଶ୍ନ ଉଠିବା ସ୍ୱଭାବିକ ।