ବାସ୍ତୁର ଛୋଟ ଛୋଟ କଥା
ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ରର କିଛି କିଛି କଥାକୁ ଜୀବନରେ ଆପଣେଇଲେ ଅନେକ ସୁଫଳ ମିଳିଥାଏ । ଏହା ଜୀବନକୁ ଅଧିକ ସୁଖମୟ କରିଥାଏ । ଆସନ୍ତୁ ଜାଣିବା ଏମିତିକି କିଛି ବାସ୍ତୁ ବିଷୟରେ ।ଘରର ମୁଖ୍ୟ ଦ୍ୱାର ପାଖରେ ଡଷ୍ଟବିନ୍ ରଖନ୍ତୁ ନାହିଁ । କୁହାଯାଏ ଏହା କଲେ ପଡୋଶୀ ଆପଣଙ୍କର ଶତ୍ରୁ ହୋଇଯାଆନ୍ତି ।ଅଇଁଠା ବାସନ ରଖନ୍ତୁ ନାହିଁ । ଯଦି ଆପଣ ଅଇଁଠା ବାସନ ମାଜି ନ ପାରୁଛନ୍ତି, ତାହା ହେଲେ କେବଳ ପାଣିରେ ଧୋଇରଖନ୍ତୁ । ଏହା ଦ୍ୱାରା ଧନହାନୀରୁ ବଞ୍ଚିଯିବେ ।ସୂର୍ଯ୍ୟାସ୍ତ ସମୟରେ କାହାକୁ କ୍ଷୀର, ଦହି ଓ ପିଆଜ ଦିଅନ୍ତୁ ନାହିଁ । ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ହ୍ରାସ ପାଏ । ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ଏକ ବାଲଟି ପାଣି ରଖନ୍ତୁ । ଏହା ଦ୍ୱାରା ଋଣଭାରରୁ ଆପଣ ମୁକ୍ତି ପାଇପାରିବେ । ଏହା ସହ ଗାଧୋଇବା ଘରେ ଏକ ବାଲ୍ଟି ପାଣି ଭର୍ତ୍ତି କରି ରଖନ୍ତୁ । ଆପଣଙ୍କ ଜୀବନର ଉନ୍ନତି ପାଇଁ ରାସ୍ତା ଖୋଲିଯିବ ।ବିଛଣାରେ ବସି କେବେ ଖାଇବେ ନାହିଁ । ଏହା ଦ୍ୱାରା ଘରେ ଅଶାନ୍ତି ଲାଗି ରହିବ । ଘରର ଋଣ ଭାର ବଢ଼ିବ ।


