ଚୀନ ସହ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ

ହାଇଦ୍ରାବାଦ: ଭବିଷ୍ୟତର ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଆମେ ଭଲଭାବେ ପ୍ରସ୍ତୁତ ଏବଂ ସୁଚାରୁ ରୂପେ ସୈନ୍ୟ ମୁତୟନ କରିଛୁ ବୋଲି ସ୍ପଷ୍ଟ ହୋଇଯାଇଛି। ଜାତିକୁ ମୁଁ ଭରସା ଦେଇ କହୁଛି ଯେ ଆମେ ଆକ୍ରମଣ କରିବାକୁ ପ୍ରସ୍ତୁତ ଏବଂ ଗଲ୍‌ୱାନ୍‌ର ସାହସୀମାନଙ୍କ ଆତ୍ମବଳୀ ବୃଥା ଯିବ ନାହିଁ ବୋଲି ହାଇଦ୍ରାବାଦସ୍ଥିତ ଏୟାର୍ ଫୋର୍ସ ଏକାଡେମିର ‘କମ୍ବାଇଣ୍ଡ୍‌ ଗ୍ରାଜୁଏସନ୍ ପରେଡ୍’ରେ ଉଦ୍‌ବୋଧନ ଦେଇ ଏୟାର୍ ମାର୍ସାଲ୍ ଆର୍‌କେଏସ୍‌ ଭଦୌରିୟା ଶନିବାର ଦିନ କହିଛନ୍ତି। ଗଲ୍‌ୱାନ୍ ଉପତ୍ୟକାରେ ଭାରତ ଓ ଚୀନ୍ ସୈନିକମାନଙ୍କ ମଧ୍ୟରେ ସଂଘର୍ଷ ପରେ ସାମ୍ପ୍ରତିକ ପରିସ୍ଥିତିରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଭାରତ ଭଲ ଭାବେ ପ୍ରସ୍ତୁତ ଓ ଠିକଣା ଭାବେ ସୈନ୍ୟ ମୁତୟନ କରିଥିବା କଥା ଭାରତୀୟ ବାୟୁସେନା ମୁଖ୍ୟ ଆର୍‌କେଏସ୍ ଭଦୌିରିୟା କହିଛନ୍ତି। ସେ ଆହୁରି କହିଛନ୍ତି ‌ଯେ, ସବୁ ସମୟରେ ଶସସ୍ତ୍ର ବାହିନୀ ପ୍ରସ୍ତୁତ ଓ ସଜାଗ ରହୁ ବୋଲି ଆମ ଅଞ୍ଚଳର ନିରାପତ୍ତା ସ୍ଥିତି ଆମକୁ ବାଧ୍ୟ କରୁଛି। ସତର୍କ ସୂଚନା ପାଇବା ମାତ୍ରେ ଆମେ କ’ଣ କରିବା ଆବଶ୍ୟକ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ନିକଟର ଘଟଣା ହେଉଛି ତା’ର ଛୋଟିଆ ନମୁନା। ସେ ପୁଣି କହିଲେ, ସାମରିକସ୍ତରୀୟ ଆଲୋଚନା ସମୟରେ ପହଞ୍ଚିଥିବା ରାଜିନାମା ପରେ ଚୀନ୍‌ର ଅଗ୍ରହଣୀୟ କାର୍ଯ୍ୟକଳାପ ଓ ଜୀବନହାନୀ ସତ୍ତ୍ବେ, ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ଶାନ୍ତିରେ ତୁଟିଯାଉ ବୋଲି ସବୁମତେ ଉଦ୍ୟମ ଚାଲିଛି। ଗଲ୍‌ୱାନ୍ ସଂଘର୍ଷରେ ଅନ୍ୟ ୧୯ଜଣ ଯବାନଙ୍କ ସହ ସହିଦ ହୋଇଥିବା କମାଣ୍ଡିଙ୍ଗ୍ ଅଫିସର୍ ତେଲେଙ୍ଗାନାର କର୍ଣ୍ଣେଲ୍ ସନ୍ତୋଷ ବାବୁଙ୍କ ପ୍ରତି ମଧ୍ୟ ବାୟୁସେନା ମୁଖ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ