କୋଦଳା କୋର୍ଟର ନୂତନ ବିଚାରପତି ଙ୍କୁ ସମ୍ବର୍ଦ୍ଧନା
କୋଦଳା: (ଯୁଗାବ୍ଦ ନ୍ୟୁଜ୍): କୋଦଳା କୋର୍ଟ ରେ ସିଭିଲ ଜର୍ଜ (ସିନିୟର) ଭାବେ ଶ୍ରୀ ବିଷ୍ଣୁଦେବ ଜେନା ଦାୟିତ୍ୱ ଗ୍ରହଣ କରିଥିବାରୁ କୋଦଳା ଓକିଲ ସଂଘ ତରଫରୁ ଶୁକ୍ରବାର ଦିନ ଏକ ବୈଠକ ଅନୁଷ୍ଟିତ ହୋଇ ନୂତନ ବିଚାରପତି ଶ୍ରୀ ବିଷ୍ନୁଦେବ ଜେନା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଓକିଲ ସଂଘ ସଭାପତି ଶ୍ରୀ ତାରିଣୀ ଚରଣ ପଟ୍ଟନାୟକ ଉକ୍ତ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ କୋଦଳା ଜୁଡ଼ିସିଆଲ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ସୁଶ୍ରୀସୁକନ୍ୟା ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଏବଂ ବହୁ ବରିଷ୍ଟ ଆଇନୀଜୀବୀ ପୁର୍ଣ ଚନ୍ଦ୍ର ମିଶ୍ର, କେ. ମୋହନ ଦୋରା, ସୁବାଷ ଚନ୍ଦ୍ର ସାହୁ ଓ ଉଦୟ ନାଥ ପ୍ରଧାନ ପ୍ରମୁଖ ସଭାରେ ଅଂଶ ଗ୍ରହଣ କରି ସୁଚାରୁ ରୂପେ କୋର୍ଟ ପରିଚାଳନା ପାଇଁ ବାର ଓ କୋର୍ଟ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ବାର ସମ୍ପାଦକ ଶୁଭ୍ରମଣି ଦାସ ଉକ୍ତ ସଭା ଆୟୋଜନର ମୁଖ୍ୟ ସୂତ୍ରଧର ଥିଲେ।


