ଗ୍ଲେନ୍‌ମାର୍କ ଭାରତର ପ୍ରଥମ ଔଷଧ କମ୍ପାନୀ ଭାବେ ସାଧାରଣ କୋଭିଡ୍‌-୧୯ ଆକ୍ରାନ୍ତଙ୍କ

(ଓ୍ବାଇଏନ୍ଏସ୍): ଚିକିତ୍ସା ପାଇଁ ଓରାଲ ଆଂଟିଭାଇରାଲ ଫାଭିପିରାଭିର୍ ବ୍ୟବହାର ଲାଗି ସ୍ୱୀକୃତି ଲାଭ କଲା୨୧ ଜୁନ୍‌, ୨୦୨୦: ବିଶ୍ୱସ୍ତରରେ ଗବେଷଣା କ୍ଷେତ୍ରରେ ପରିଚିତି ହାସଲ କରିଥିବା ଗ୍ଲେନ୍ ମାର୍କଫାର୍ମାସିଟ୍ୟୁକାଲ ଲିଃ.କୁ ଭାରତର ପ୍ରଥମ ଔଷଧ କମ୍ପାନୀ ଭାବେ ସାଧାରଣ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଓରାଲ ଆଂଟିଭାଇରାଲ ଫାଭିପିରାଭିର୍ ବ୍ୟବହାର ଲାଗି ସ୍ୱୀକୃତି ମିଳିଛି ।ଏହାର ବ୍ୟବହାର ଦ୍ୱାରା ୪ ଦିନ ମଧ୍ୟରେ ୮୮ପ୍ରତିଶତ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖିବାକୁ ମିଳୁଛି । ୧୦ରୁ ୯୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ତଥା ମଧୁମେହ ଏବଂ ହାର୍ଟ ସମସ୍ୟା ଥିବା କୋଭିଡ୍‌୧୯ ଆକ୍ରାନ୍ତଙ୍କ ଚିକିତ୍ସାରେ ସଫଳତା ମିଳିପାରିଛି ।ଗ୍ଲେନ୍‌ମାର୍କ ପକ୍ଷରୁ ଏହି ଔଷଧ ଫାବିଫ୍ଲୁ ଭାବେ ଭାବେ ବଜାରରେ ଉପଲବ୍ଧ ହେଉଛି । ଏହାର ପ୍ରସ୍ତୁତି ଏବଂ କାରବାର ଲାଗି ଭାରତୀୟ ଡ୍ରଗ୍ ନିୟାମକ ସ୍ୱୀକୃତି ପ୍ରଦାନ କରିଛନ୍ତି ।ଗ୍ଲେନ୍ ମାର୍କ ଏହାର ପ୍ରସ୍ତୁତି ପାଇଁ ଆକ୍ଟିଭ୍ ଫାର୍ମସିଟ୍ୟୁକାଲ ଇନଗେଡିଏଂଟ୍‌(ଏପିଆଇ) ବିକଶିତ କରିବା ସହିତ ଫାବିଫ୍ଲ୍ୟୁର ଫମ୍ୟୁଲେଶନ ନିଜର ଆର୍ ଆଣ୍ଡ୍ ଡି ଟିମ୍ ଦ୍ୱାରା ସମ୍ପନ୍ନ କରିପାରିଛି । ଭାରତୀୟ ଡ୍ରଗ୍ ନିୟାମକ ଡିସିଜିଆଇ ଦ୍ୱାରା ଫେଜ୍‌-୩ କ୍ଲିନିକାଲ ଟ୍ରାଏଲ୍ କରିବାକୁ ଅନୁମୋଦନ ଲାଭ କରିପାରିଛି ।ଏହି ଅବସରରେ ଗ୍ଲେନ୍‌ମାର୍କ ଫାର୍ମାସିଟ୍ୟୁକାଲ ଲିଃ.ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଗ୍ଲେନ୍‌ସାଲଦାନାହା କହିଲେ, ଭାରତରେ କରୋନା ମହାମାରୀ ଜାରି ରହିଥିବାବେଳେ ଏହି ସ୍ୱୀକୃତି ପ୍ରଦାନକରାଯାଇଛି । ଫାବିଫ୍ଲୁ ଦ୍ୱାରା ବେଶ୍ ପ୍ରଭାବଶାଳୀ ଚିକିତ୍ସା ଉପଲବ୍ଧ ହୋଇପାରିବ ବୋଲି ଆମେ ଆଶାବାଦୀ ।କୋଭିଡ୍‌-୧୯ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହାର କ୍ଲିନିକାଲ ଟ୍ରାଏଲ୍ କରାଯିବ ।ଫାଭିପିରାଭିର୍ ୨୦୧୪ରେ ଜାପାନରେ ଏନଫ୍ଲୁଏଞ୍ଜା ଚିକିତ୍ସା ଳାଗି ସ୍ୱୀକୃତି ଲାଭ କରିଥିଲା । ଏହାର ପ୍ରତି ଟାବଲେଟର ମୂଲ୍ୟ ୧୦୩ ଟଙ୍କା ରହିଛି । ପ୍ରଥମ ଦିନ ୧୮୦୦ ଏମଜି ଟାବଲେଟ ଦୁଇଥର ଗ୍ରହଣ କରିବା ପରେ ଏହାପରବର୍ତୀ ୧୪ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୨ଟି ୮୦୦ ଏମ୍‌ଜିର ଟାବଲେଟ ଆକ୍ରାନ୍ତଙ୍କୁ ପ୍ରଦାନ କରାଯାଇଥାଏ ।ଏହା ପୂର୍ବରୁ ଗ୍ଳେନ ମାର୍କ ପକ୍ଷରୁ କୋଭିଡ-୧୯ ଚିକିତ୍ସା ପାଇଁ ୨ଟି ଆଂଟିଭାଇରାଲ ଫାଭିପିରାଭିର୍ ସହିତଉମିଫେନଭୋଭିର୍ ଆକ୍ରାନ୍ତଙ୍କ ଦିଆଯିବା ନେଇ କ୍ଲିନିକାଲ ଟ୍ରାଏଲ୍ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ