ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କଲା ଭାରତୀୟ ମହିଳା ଓ ପୁରୁଷ ଦଳ 

(ଯୁଗାବ୍ଦ ନ୍ୟୁଜ) ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିୟନସିପ କଟକର ଜବାହରଲାଲ ଇନ୍ଡୋର ଷ୍ଟାଡିୟମରେ ରେ ଗତ ଶୁକ୍ରବାର ଭାରତର ଉଭୟଦଳ ତଥା ମହିଳା ଓ ପୁରୁଷ ଟିମ ସ୍ୱର୍ଣ୍ଣପଦକ ଜିତି ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି । ଫାଇାଲରେ ଭାରତୀୟ ମହିଳା ଦଳ ୩-୦ ମ୍ୟାଚରେ ଇଂଲଣ୍ଡ କୁ ପରାସ୍ତ କରିଥିବା ବେଳେ ପୁରୁଷ ଦଳ ୦-୨ ରେ ଲଢୁଆ ପ୍ରଦର୍ଶନ କରି ୩ ଟିମ୍ୟାଚ ଜିତି ସ୍ୱର୍ଣ୍ଣ ହାସଲ କରିଥିଲେ । ଭାରତର ୩ ଶ୍ରେଷ୍ଠ ମହିଳା ଖେଳାଳି ମାନିକା ବାତ୍ରା, ଅର୍ଚ୍ଚନା କାମତ୍ ଓ ମାଧୁରିକା ପାଟକର ଚିତ୍ତାକର୍ଷକ ପ୍ରଦର୍ଶନ କରି କେବଳ ୩ଟିଯାକ ମ୍ୟାଚ୍ ଜିତିନଥିଲେ, ପ୍ରଥମ ମ୍ୟାଚ୍ରେ ଭାରତୀୟ ଜାତୀୟ ଚମ୍ପିଆନ୍ ଅର୍ଚ୍ଚନା କାମତ୍ ୩-୧ (୮-୧୧, ୧୩-୧୧, ୧୧-୯, ୧୧-୯) ଗେମ୍ରେ ଇଂଲଣ୍ଡର ହୋ ଟିନ୍ ଟିନ୍ଙ୍କୁ ପରାସ୍ତ କରିଥିଲେ। ଭାରତ ପାଇଁ ୨ୟ ମ୍ୟାଚ୍ ଖେଳିଥିଲେ ବିଶ୍ୱର ୨୪ନଂ ପୁରୁଷ ସିଙ୍ଗଲ୍ସ ଖେଳାଳି ତଥା ଦେଶର ୧ନଂ ଖେଳାଳି ଜି. ସତ୍ୟନ୍। ତେବେ ସତ୍ୟନଙ୍କୁ ଏହି ମୁକାବିଲାରେ ଇଂଲଣ୍ଡର ସାମୁଏଲ୍ ୱାକର କଡ଼ା ମୁକାବିଲା ପରେ ୩-୨ ଗେମ୍ରେ ପରାସ୍ତ କରିଥିଲେ। ସତ୍ୟନ୍ ପ୍ରଥମ ୨ଟି ଗେମ୍ ଜିତିଥିଲେ ହେଁ ୱାକର କ୍ରମାଗତ ୩ଟି ଗେମ୍ ଜିତି ବିଜୟୀ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ