ଏଲନ୍ ମସ୍କଙ୍କ ଟିନି ବ୍ରେନ୍
ପାରାଲିସିସ୍ରେ ପୀଡ଼ିିତ ଓ ମସ୍ତିଷ୍କ ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କ ଜୀବନ ଧାରାରେ ଉନ୍ନତି ଆଣିବା ଲାଗି ଏଲନ୍ ମସ୍କଙ୍କ ଷ୍ଟ୍ରାର୍ଟଅପ୍ ନ୍ୟୁରଲିଙ୍କ ଏକ ଚିପ୍ ବିକାଶ କରିଛିି । ଏହାକୁ ଏକ ଟିନି ବ୍ରେନ୍ ବି କୁହାଯାଉଛି । ଏହା ଦୀର୍ଘସ୍ଥାୟୀ ହେବ ଓ ଘରେ ସହଜରେ ବ୍ୟବହାର କରିହେବ । ମସ୍ତିଷ୍କ ଲାଗି ବ୍ୟବହାର କରାଯାଉଥିବା ଓଜନିଆ ଓ ବଡ଼ଯନ୍ତ୍ରଗୁଡିକର ବିକଳ୍ପ ଭାବେ ଏହାକୁ ବ୍ୟବହାର କରାଯାଇପାରିବ । କମ୍ପାନୀ ଏହି ଚିପ୍ ପ୍ରସ୍ତୁତ କରିବା ପରେ ୨୦୨୦ରେ ଏହାର କ୍ଲିନିକାଲ୍ ଟ୍ରାଏଲ କରିବାକୁ ୟୁସ୍ ଫୁଡ୍ ଆଣ୍ଡ୍ ଡ୍ରଗ ଆଡ୍ମିନିଷ୍ଟ୍ରେଶନ୍(ଏଫଡିଏ) ସ୍ୱୀକୃତିକୁ ଅପେକ୍ଷା କରିଛି । ଏହାକୁ ଏଭଳି ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯାଇଛି ଯେ ଚିପ୍କୁ ମୁଣ୍ଡ ଉପରେ ଲଗାଯାଇ ମସ୍ତିଷ୍କ ଭିତରୁ ଥ୍ରେଡ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରିପାରିବ । ଏହାକୁ ଆଇଫୋନ୍ ଆପ୍ ଦ୍ୱାରା ନିୟନ୍ତ୍ରଣ କରାଯିବ । ଚିପ୍ର ନାମ ରଖାଯାଇଛି ଏନ୍-୧ ସେନ୍ସର । ଏଥିରେ ଥିବା ୟୁଏସ୍ବି ପୋର୍ଟରୁ ୯୬ଟି ଥ୍ରେଡ୍ରେ ୩,୦୭୨ଟି ଇଲେକ୍ଟ୍ରୋଡ ଲଗାଯାଇଛି । ପ୍ରତ୍ୟେକ ଥ୍ରେଡ୍ ସବୁଠୁ ଛୋଟ କେଶଠାରୁ ବି ଛୋଟ । ଏହା ମସ୍ତିଷ୍କରୁ ଡାଟା ଓ ସଙ୍କେତ ଟ୍ରାନସ୍ମିଟ୍ କରିପାରିବ । କିନ୍ତୁ ଏହି ଚିପ୍କୁ କାର୍ଯ୍ୟ କରିବା ଲାଗି ରୋଗୀଙ୍କ ଖପୁରିରେ ୮ ମିଲିମିଟର ହୋଲ୍ କରି ଥ୍ରେଡ୍କୁ ମସ୍ତିଷ୍କ ମଧ୍ୟକୁ ପୂରାଇବାକୁ ହେବ । ଥ୍ରେଡ୍ର ଆକାର ୪-୬ ମାଇକ୍ରୋମିଟର ଯାହା ଗୋଟିଏ ମାନବ କେଶର ବ୍ୟାସର ତିନି ଭାଗରୁ ଏକ ଭାଗ । ଏହି ଚିପ୍ ବିଭିନ୍ନ ପ୍ରକାର ମସ୍ତିଷ୍କ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିଠାରୁ ଏହା ଆହୁରି ଭଲ କାମ କରିବ ବୋଲି ଏଲନ ମସ୍କ୍ କହିଛନ୍ତି । ନ୍ୟୁରଲିଙ୍କ୍ର ଅଧ୍ୟକ୍ଷ ମ୍ୟାକ୍ସ ହୋଡାକ୍ଙ୍କ ମତରେ ଏହାକୁ ଦୁଇ କି ତିନି ବର୍ଷରେ ଥରେ ବଦଳାଇବାକୁ ପଡିବନି, ଏହା ଦୀର୍ଘସ୍ଥାୟୀ ଭାବେ କାମ କରିବ । ଆଗକୁ ଚିପ୍କୁ ପୂରା ୱେୟାର୍ଲେସ୍ କରାଯିବାର ଯୋଜନା କରାଯାଇଛି । ୨୦୧୬ ମସିହାରେ ପ୍ରତିଷ୍ଠା କରାଯାଇଥିବା ମେଡିକାଲ ରିସର୍ଚ୍ଚ କମ୍ପାନୀ ନ୍ୟୁରଲିଙ୍କ ବିଶ୍ୱର ବହୁ ପ୍ରଖ୍ୟାତ ନ୍ୟୁରୋସାଇଣ୍ଟିଷ୍ଟମାନଙ୍କୁ ନିଯୁକ୍ତି ଦେଇ ଗବେଷଣା କରିବା ପରେ ଏହାକୁ ବିକାଶ କରିପାରିଛି ।