ରଞ୍ଚିପୁରରେ ସରପଞ୍ଚ ଦେଉନାହାଁନ୍ତି ପ୍ରବାସୀ ଓଡ଼ିଆଙ୍କ ଘୋଷିତ ଅର୍ଥ

ବୁଗୁଡା, (ଅନିଲ ମହାରଣା): ବୁଗୁଡା ବ୍ଲକ ବିରଞ୍ଚିପୁର ଗ୍ରାମର ବିଦ୍ୟାଳୟରେ ସଙ୍ଗରୋଧରେ ଥବା ପ୍ରବାସୀ ଓଡିଆମାନେ ଜୁନ ୨୪ ତାରିଖରେ ଆନ୍ଦୋଳନ କରିଥିବା ଜଣାପଡିଛି। ଘଟଣାରୁ ଜଣାପଡ଼ିଛି ଯେ ଯେଉଁମାନେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବାହାରି ନିଜ ଘରକୁ ଯିବେ ସେହିଦିନ ସେମାନଙ୍କ ପ୍ରାପ୍ୟ ଟଙ୍କା ପ୍ରଦାନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଅଛି। ମାତ୍ର ବିରଞ୍ଚିପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଯେଉଁମାନେ ଆଜି ଘରକୁ ଫେରିବେ ସେମାନଙ୍କୁ ଟଙ୍କା ପ୍ରଦାନ କରିନଥିଲେ। ଫଳରେ ନିଜ ଘରକୁ ଫେରିବାକୁ ଥିବା ପ୍ରବାସୀ ଓଡିଆମାନେ ସରକାର ପ୍ରଦାନ କରିଥିବା ଟଙ୍କା ତାଙ୍କୁ ପ୍ରଦାନ କରିବାକୁ ଦାବୀକରୀ ଆନ୍ଦୋଳନ କରିଥିଲେ। ଯୋଗାଯୋଗ ବେଳେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଥିଲେଯେ ପ୍ରବାସୀ ମାନଙ୍କ ଟଙ୍କା ଦେବାକୁ ସମସ୍ତ ସରପଞ୍ଚଙ୍କ ଆକାଉଣ୍ଟକୁ ଅର୍ଥ ପଠାଯାଇଥିବା ବେଳେ ବିରଞ୍ଚିପୁର ସରପଞ୍ଚ ଙ୍କ ବ୍ୟତୀତ ସମସ୍ତ ସରପଞ୍ଚ ଟଙ୍କା ଉଠାଇ ପ୍ରବାସୀ ଓଡ଼ିଆ ମାନଙ୍କୁ ପ୍ରଦାନ କରିଛନ୍ତି। ବିଡ଼ିଓଙ୍କ ହସ୍ତକ୍ଷେପ ଫଳରେ ପ୍ରବାସୀ ଓଡିଆ ଆନ୍ଦୋଳନରୁ ଓହରିଥିବା ବେଳେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ