ଚିହ୍ନଟ ପାର୍କିଂ ସ୍ଥଳରେ କିନ୍ନର ମାନେ ପାର୍କିଂ ଫି ଆଦାୟ କରିବେ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଚିହ୍ନଟ ପାର୍କିଂ ସ୍ଥଳରେ କିନ୍ନର ମାନେ ପାର୍କିଂ ଫି ଆଦାୟ କରିବେ। ଏନେଇ ଗୁରୁବାର ବିଏମ୍ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅଞ୍ଚଳରେ କିନ୍ନରଙ୍କୁ ନେଇ ଗଠିତ ୨ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)କୁ ଏହି କାର୍ଯ୍ୟ ପାଇଁ ଚୟନ କରାଯାଇଛି। ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟପାଇଁ ଚିହ୍ନଟ ତାରାତାରିଣୀ ଏସ୍ଏଚ୍ଜି ଓ ବୋହୁଚୋରା ଏସ୍ଏଚ୍ଜିର କିନ୍ନରଙ୍କୁ ଜୁଲାଇରୁ ତାଲିମ ଦିଆଯିବ। ତାଲିମ ପରେ ସେମାନେ ଫି ଆଦାୟ କରିବେ ବୋଲି ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।


