ୱାତୀ ପକ୍ଷରୁ ସ୍ଵେଛାକୃତ ରକ୍ତ ଦାନ ଶିବିର
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ ) : ଫିରିଙ୍ଗିଆ ବ୍ଲକ ର ବନ୍ଧଗଡ଼ ଠାରେ ଥିବା ଅଞ୍ଚଳର ସ୍ବେଛାସେବୀ ଅନୁଷ୍ଠାନ ସ୍ୱାତୀ ପକ୍ଷରୁ ଏକ ସ୍ଵେଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଛି l ଏଥିରେ ସମୁଦାୟ ୩୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫିରିଙ୍ଗିଆ ବିଡିଓ ରଶ୍ମି ରଞ୍ଜନ ମହାନ୍ନ୍ତି ଯୋଗ ଦେଇ ରକ୍ତଦାନ କରିବା ସହ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ । ପରେ ପରେ ସ୍ୱାତୀ ର ସମ୍ପାଦକ ହରିଶଙ୍କର ରାଉତ, ଅଶୋକ ତ୍ରିପାଠୀ, ପ୍ରିୟଦର୍ଶିନୀ ପ୍ରଧାନ, ସଦାଗୀନି ମଲିକ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ କରିଥିଲେ l


