ପୁଣି ଚର୍ଚ୍ଚାରେ ଗଞ୍ଜାମ ଓକିଲ ସଂଘର ଯୁବ ଆଇନଜୀବି ବାଲାଜି ରେଡ୍ଡୀ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଓକିଲ ସଂଘର ଯୁବ ଆଇନଜୀବି ବାଲାଜି ରେଡ୍ଡୀ । ରାସ୍ତାରୁ ଏକ ୩ତୋଳା ଓଜନର ସୁନା ବ୍ରେସଲେଟ ପାଇ ପୋଲିସ କୁ ଦେଇ ମାନବିକତା ଦେଖାଇଛନ୍ତି ଏହି ଯୁବ ଆଇନଜୀବୀ । ପୂର୍ବରୁ ଅନେକ ଥର ସମାଜସେବୀ କାର୍ଯ୍ୟ କରି ପ୍ରଶାସନ ଦ୍ୱାରା ପୁରସ୍କୃତ ହୋଇଥିବା ବେଳେ ଆଜିର ଏହି କାର୍ଯ୍ୟ ଦେଖି ପୋଲିସ ଏବଂ ଆଇନଜୀବି ସମସ୍ତେ ଖୁସି ପ୍ରକଟ କରିଛନ୍ତି । ବାଲାଜି ରେଡ୍ଡୀ ଆଇନଜୀବି ପୀତବାସ ପଣ୍ଡା ଙ୍କ ଜୁନିଅର ଅଛନ୍ତି । ତାଙ୍କର ଏହି ପ୍ରକାର ମନୋବୃତି ଯୋଗୁଁ ଆଇନଜୀବି ମାନେ ଖୁସି ବ୍ୟକ୍ତ କରିଛନ୍ତି । କାହାର ଅର୍ଜିତ ସମ୍ପତି ଉପରେ ଅନ୍ୟର ଲୋଭ ରହିବା ଠିକ ନୁହଁ ବୋଲି ଦର୍ଶାଇ ସେ ଆଜି ଏସପି ଙ୍କ କର୍ଯ୍ୟଳୟ କୁ ଯାଇ ସୁନା ବ୍ରେସଲେଟ ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ