ଅଗ୍ନିବିପନ୍ନ ପରିବାରକୁ ଭେଟିଲେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଅଗ୍ନିବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ଅରଡାସାହି ଗ୍ରାମର ଦୟାନିଧି ଦାସଙ୍କ ୨ବଖରା ଘର ଆକସ୍ମିକ ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଥିଲା । ଖବରପାଇ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ସେଠାରେ ପହଁଚି ସଂପୃକ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିସହିତ ଘଟଣା ସମ୍ପର୍କରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ଅଧ୍ୟକ୍ଷ ଶ୍ରୀ ଧଳ ଜଣାଇଥିଲେ । ବିଧାୟକ ଶ୍ରୀ ବେହେରା ତହସିଲଦାରଙ୍କୁ ଜଣାଇ ସଂପୃକ୍ତ ଅଗ୍ନିବିପନ୍ନ ପରିବାରକୁ ଜରିପାଲ ସମେତ ସରକାରୀ ଆର୍ଥିକ ସହାୟତା ତହସିଲ ପକ୍ଷରୁ ଯୋଗାଇ ଦିଆଯାଇଛି । ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳଙ୍କ ସହିତ ବଗଡା ସରପଂଚଙ୍କ ପ୍ରତିନିଧି କୈଳାସ ପ୍ରଧାନ,ଭରତପୁର ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


