ଅନାଥ ଆଶ୍ରମ ରେ ନାବାଳିକା ଅନ୍ତେବାସୀ ଙ୍କ ସନ୍ଦେହଜନକ ମୃତ୍ୟୁ
କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ପାଣ୍ଡକୁଳ ଗାଁ ରେ ଥିବା ଡ଼ ଆମ୍ବେଦକର ଅନାଥ ଆଶ୍ରମ ରେ ଜଣେ୧୩ ବର୍ଷିଆ ନାବାଳିକା ଶୌଚାଳୟ ରେ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ନାବାଳିକା ଜଣକ ଏହି ଆଶ୍ରମ ରେ ୨୦୧୬ ରୁ ରହି ଆସୁଥିଲା ନାବାଳିକା ଜଣକ ଧର୍ମଗଡ଼ ବ୍ଲକ ଥନ ଟ ଗାଁ ର ସ୍ବର୍ଗତ ହୃଷୀକେଶ ତାଣ୍ଡି ଙ୍କ ଝିଅ (ଭୂମି) ଆତ୍ମହତ୍ୟା ର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଖବର ପାଇ ଦଶପୁର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ତେବେ ନାବାଳିକା ର ଅସ୍ୱାଭାବିକ ମୃତ୍ୟୁ କୁ ନେଇ ନାବାଳିକା କୌଣସି ମାନସିକ ଚାପ ରେ ଆସି ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ହେଉଛି ନିରପେକ୍ଷ ତଦନ୍ତ କରିବାକୁ ସାଧାରଣ ରେ ଦାବି ହେଉଛି


