ସରକାରୀ ସହାୟତାରୁ ବଂଚିତ ଭିନ୍ନକ୍ଷମ କୈଳାଶ

ନାଉଗାଁ, (ଓ୍ବାଇଏନ୍ଏସ୍) : କୋରୁଅ ପଂଚାୟତର କୋରୁଅ(ବାଲିଗାଁ) ଗ୍ରାମର କୈାଳାସ ପରିଡା । ବୟସ ୫୪ ବର୍ଷ । ଆର୍ଥୀକ ଅବସ୍ଥା ଭଲ ନଥିବାରୁ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ଦୀର୍ଘ ଦିନ ହେବ କୈାଳସଙ୍କ ପତ୍ନୀ ତାଙ୍କୁ ଛାଡି ଏକମାତ୍ର ଝିଅକୁ ନେଇ ନିଜ ବାପା ଘରକୁ ଚାଲି ଯାଇଛନ୍ତି । ଏକା ଏକା ଦୁଃଖ କଷ୍ଟରେ କୈଳାସ ଜିବନ ନିର୍ବାହ କରୁଥିଲେ । ୬ବର୍ଷ ତଳେ ଗଛରେ ଚଢି କାଠ କାଟୁଥିବା ସମୟରେ ପଡିଯିବାରୁ ନିଜର ମେରୁଦଣ୍ଡଟି ଭାଙ୍ଗି ଯାଇଥିଲା । ଚିକିତ୍ସା କରାଇଥିଲେ ମଧ୍ୟ ଭଲ ହୋଇ ନଥିଲା । ଆର୍ଥୀକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଉତମ ଚିକିତ୍ସା ମଧ୍ୟ କରି ପାରି ନଥିଲେ । ସେହିଦିନ ଠାରୁ କୈଳାସ ଆଉ ଅଂଟା ସଳଖି ଚାଲି ପାରୁ ନାହାନ୍ତି । ଗୋଟିଏ ସ୍ଥାନରେ ପଡି ରହିବା ଛଡା ଅନ୍ୟ ଉପାୟ ନାହିଁ । କେବଳ ଭାଇ ଉପରେ ନିର୍ଭର କରି ପଡି ରହିଛନ୍ତି । ଭିନ୍ନକ୍ଷମ ମାନଙ୍କୁ ସରକାରଙ୍କ ତରଫରୁ ବିଭିନ୍ନ ସାହାଯ୍ୟ ମିଳୁଥିବା ବେଳେ କୈଳାସ କିନ୍ତୁ ଉକ୍ତର ସାହାଯ୍ୟରୁ ବଂଚିତ ହୋଇଛନ୍ତି । ନିଜର ଆଧାର କାର୍ଡ ନଥିବା ବେଳେ ଭିନ୍ନକ୍ଷମ ପ୍ରମାଣ ପତ୍ର ମଧ୍ୟ ନାହିଁ । ଯାହାଫଳରେ ଭିନ୍ନକ୍ଷମ ଭତା ପାଇବାରୁ ବଂଚିତ ହୋଇଛନ୍ତି କୈଳାସ । ଆଧାର କାର୍ଡ ପାଇଁ ଆଧାର କେନ୍ଦ୍ର ନିକଟକୁ ଯାଇ ପାରୁ ନଥିବା ବେଳେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ମଧ୍ୟ ଆୟୋଜିତ ଭୀମ ଭୋଇ ସାମର୍ଥ ଶିବିରକୁ ଯାଇ ପାରୁ ନାହାନ୍ତି । ନିଜେ ଚାଲି ପାରୁ ନଥିବା ବେଳେ କେହି ତାଙ୍କୁ ନେଇ ଆଧାର କିମ୍ବା ଭିନ୍ନକ୍ଷମ ପ୍ରମାଣପତ୍ର ତିଆରି କରିପାରୁ ନାହାନ୍ତି । ବଡ ଭାଇର ଆର୍ଥୀକ ପରିସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଗୋଟିଏ ସ୍ଥାନରେ ପଡି ରହିଥିଲେ କୈଳାସ । ନିଜ ଗ୍ରାମ ପାଖର ଏକ ବଦାନ୍ୟ ବ୍ୟକ୍ତି ଏକ ହୁଇଲ ଚେୟାର ଦେବାରୁ କେତେ ବେଳେ କେମିତି ସେହି ଚେୟାର ଉପରେ ବସି ରହୁଛନ୍ତ । ନିଜର ଘର ଡିହ ଖଣ୍ଡିଏ ଥିଲେ ମଧ୍ୟ ମୁଣ୍ଡ ଗୁଞିବା ପାଇଁ ଘର ଖଣ୍ଡେ ନାହିଁ । ଆବାସ ଯୋଜନାରେ ଥିଲା ବାଲା ଲୋକ ଘର ପାଉଥିବା ବେଳେ କୈଳାସ ସେଥିରୁ ମଧ୍ୟ ବାଦ ପଡିଛନ୍ତି । ରୋଗରେ ପଡିତ ରହିଥିବା କୈାଳାସଙ୍କୁ କିଛି ସରକାରୀ ସାହାଯ୍ୟ ମିଳିଲେ ହୁଏତ ନିଜର କିଛିଟା ଚିକିତ୍ସା କରାଇ ପାରନ୍ତେ ବୋଲି ସେ କହିଛନ୍ତି । ଏପରି ଅସହାୟ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ଭତା ସହିତ ବାସଗୃହ ଓ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି । ଏ ବିଷୟରେ ବ୍ଳକ ସମାଜ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଦେବାଶୀଷ ସ୍ୱାଇଁଙ୍କୁ ପଚାରିବାରୁ ଏସଂକ୍ରାନ୍ତରେ କୌଣସି ତଥ୍ୟ ଆମ ପାଖର ନାହିଁ । ଏ ଦିଗରେ ତଦନ୍ତ କରାଯାଇ ଯଥା ଶୀଘ୍ର ସାହାଯ୍ୟ କରିବା ପାଇଁ ଚେଷ୍ଠା କରାଯିବ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ