କୋଦଳା ପୋଲିସ ତରଫରୁ କରୋନା ସଚେତନତା ରାଲି
କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଜିଲ୍ଲା ପ୍ରସାସନ ସମେତ ସ୍ଥାନୀୟ ପ୍ରଶାସନର ମଧ୍ୟ ମୁଣ୍ଡବିନ୍ଧା ପାଲଟିଛି। ଗଞ୍ଜାମ ଏସପିଙ୍କ ନିର୍ଦେଶ କ୍ରମେ କୋଦଳା ପୋଲିସ୍ ତରଫରୁ ଆଇଆଇସି ଦେବାଶିଷ ମହାନ୍ତିଙ୍କ ନେତୃତ୍ୱ କ୍ରମେ ଶୁକ୍ରବାର ଦିନ କରୋନା ସଚେତନତା ଉପରେ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆରତୀ ମେଡାମ,ବେହେରା ସାର ଓ ପ୍ରଶାନ୍ତ ରେଡ୍ଡୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ। ସମସ୍ତେ ନିଜ ହାତରେ କରୋନା ସଚେତନତା ପ୍ଲା କାର୍ଡ଼ ଧରି ଜନ ସାଧାରଣଙ୍କୁ ସଚେତନତା କରିଥିଲେ। ତତ ସହ ଲୋକେ କରୋନା ସଂକ୍ରମଣରୁ କିଭଳି ଦୂରେଇ ରହିବେ ସେ ନେଇ ବୁଝାଇଥିଲେ। ସେହିପରି ମାକ୍ସ ବ୍ୟବହାର, ସାବୁନରେ ବାରମ୍ବାର ହାତ ଧୋଇବା ସହ ଏକ ମିଟର ଦୂରରେ ରହି କଥାବାର୍ତ୍ତା ଉପରେ ବୁଝାଇବା ସହ ଲକଡାଉନ ରେ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ


