ଟ୍ରକ ଦୁର୍ଘଟଣାରେ ଯୁବକ ମୃତ୍ୟୁ
କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠବ୍ରହ୍ମପୁର ଗ୍ରାମରେ ଶୁକ୍ରବାର ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ଶୁକ୍ରବାର ରାତି ୭:୧୦ ରେ ଆସିକା ପଟୁ କୋଦଳା ଅଭିମୁଖେ ଯାଉଥିବା ଏକ ଟ୍ରକ (ଓଡ଼ି-୦୫-ଏଭି-୦୧୭୫) ଭୁବନେଶ୍ୱରରୁ ଧରାକୋଟ ଯାଉଥିବା ଏକ ବାଇକ(ଓଆର-୦୨-ବିଏକ୍ସ-୦୯୧୫) ମୁହାଁମୁହିଁ ଧକ୍କା ହେବା ଫଳରେ ମୁଣ୍ଡରେ ଆଘାତ ଲାଗି ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ଧରାକୋଟ ନିକଟସ୍ଥ ହରିପୁର ଗ୍ରାମର ବୋଲି ଜାଣିବାକୁ ମିଳିଛି। ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।


