ରାଜ୍ୟରେ ଆଉ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସମଗ୍ର ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ ଛୁଇଁଛି । ଏଥିରୁ ମଧ୍ୟରୁ କ୍ୱାରାଣ୍ଟାଇନ ସେଣ୍ଟରରୁ ୧୪୩ ଜଣ ଓ ସ୍ଥାନୀୟ ମାମଲା୨୭ ଜଣ ରହିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୧୭୦ କରୋନା ପଜିଟିଭଙ୍କ ଭିତରୁ ନବରଙ୍ଗପୁରରୁ ୧୯, ରାୟଗଡାରୁ ୧୬, ଖୋର୍ଦ୍ଧାରୁ ୧୯, ଗଞ୍ଜାମରୁ ୫୮, ଯାଜପୁରରୁ ୩, ମାଲକାନଗିରିରୁ ୫, ପୁରୀରୁ ୬, କଟକରୁ ୧୪, ନୟାଗଡରୁ ୩, ଗଜପତିରୁ ୧୬, ବରଗଡରୁ ୧, କେନ୍ଦ୍ରାପଡାରୁ ୬, ସମ୍ବଲପୁରରୁ ୨ ଓ କୋରାପୁରରୁ ୧ ଚିହ୍ନଟ ହୋଇଛନ୍ତି । ଏହାସହ ଏନଡିଆରଏଫର ଜଣେ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ