ସଫେଇ କର୍ମଚାରୀଙ୍କୁ ଛଟେଇ ନେଇ ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ
କଳାହାଣ୍ଡି, (ୱାଇଏନ୍ଏସ୍): ଧର୍ମଗଡ଼ ଏନଏସି ରେ ଗତ ୨୦୧୫ ରୁ ୧୨ ଜଣ ସଫେଇ କର୍ମଚାରୀ ସଫେଇ କାମ କରି ଆସୁଥିଲେ। ନିୟମିତ ଦରମାରୁ ଇପିଏଫ୍ ଟଙ୍କା କଟା ଯାଉଥିଲା ହେଲେ କିଛି ମାସ ହେବ ଏହି ସଫେଇ କର୍ମଚାରୀ ନିଜ ଇପିଏଫ୍ ଟଙ୍କା ଉଠେଇବା ପାଇଁ କହିବାରୁ ତାଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରାଯାଇଥିବା ଅଭିଯୋଗ କରିଛନ୍ତି। ଏଥି ସହିତ ଏକ ଘରୋଇ ଠିକା ସଂସ୍ଥା “ଉତ୍କଳ ଫେସିଲିଟି ସର୍ଭିସ ପ୍ରାଇଭେଟ ଲିମିଟେଡ଼” ଗତ ୫ ମାସର ଦରମା ଟଙ୍କା ମଧ୍ୟ ଦେଇନଥିବା ସହିତ ଇପିଏଫ୍ ଟଙ୍କା ହେରଫେର କରିଥିବା ବେଳେ ଟଙ୍କା ଉଠାଇବା ପାଇଁ ବାରମ୍ବାର ଏନଏସି ଅଧ୍ୟକ୍ଷା ଓ ଏନଏସି ଆକାଉଣ୍ଟେଣ୍ଟ ଙ୍କୁ କହିଥିଲେ ହେଲେ ଶୁଣିଲେ ନାହିଁ। ଏନେଇ ଧର୍ମଗଡ଼ ଏନଏସି ଅଧ୍ୟକ୍ଷା, ଏକଜେକୁଟିଭ ଅଫିସର ଠୁ ଆରମ୍ଭ କରି ଉପଜିଲ୍ଲାପାଳ ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ହେଲେ କୌଣସି ପଦକ୍ଷେପ ନନେବାରୁ ଆଜି ଜିଲ୍ଲାପାଳ ଙ୍କୁ ନିଜ ଅଭିଯୋଗ ଜଣାଇବା ପାଇଁ ଆସିଥିଲେ। ଅଭିଯୋଗ କାରୀଙ୍କ କହିବାନୁଯାୟୀ ତାଙ୍କ ବକେୟା ଦରମା ଟଙ୍କା, ଇପିଏଫ୍ ଟଙ୍କା ପ୍ରାପ୍ୟ ସହିତ ପୁନଃ ନିଯୁକ୍ତି କରିବା ପାଇଁ ଆଜି ଜିଲ୍ଲାପାଳ ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।


