ପାରିବାରିକ କଳହରୁ ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୂୁ ପୈାରାଞ୍ଚଳ ରଜାତୋଟା ସାହି ବାସିନ୍ଦା ଜଣେ ଯୁବକ ପାରିବାରିକ କଳହରୁ ମଙ୍ଗଳବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକଙ୍କ ପରିଚୟ ୧୨ ନମ୍ବର ୱାର୍ଡର ଲକ୍ଷ୍ମୀନାରାୟଣ ଆଚାରୀ (୪୫) ବୋଲି ଜଣାପଡିଛି । ମିଳିଥିବା ସୁଚନା ଅନୁଯାୟୀ ଯୁବକ ଜଣକ ଫାଷ୍ଟଫୁଡ଼ ଦୋକାନ କରି ଗୁଜୁରାଣ ମେଂଟାଉଥିଲେ । କିଛି ଦିନ ଧରି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ତିକ୍ତତା ଜାରୀ ରହିଥିଲା । ଯୁବକ ଜଣକ ଦୋକାନ ଯାଉନଥିବା ସମୟରେ ସ୍ତ୍ରୀ ଦୋକାନ ଚଳାଇ ପରିବାର ପୋଷଣ କରୁଥିଲେ ।ମଙ୍ଗଳବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ସ୍ୱାମୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖି ସ୍ତ୍ରୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଥାନା କେସ ନଂ ୨୬/୧୯ ରେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ି ବୁଧବାର ସକାଳେ ବ୍ୟବଛେଦ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ