ବାଳକୃଷ୍ଣପୁର ଓ ହୁମର ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ଜିଲ୍ଲା ପ୍ରଶାସନ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ପୋଡ଼ାପଦର ଗ୍ରାମ ପଂଚାୟତ ଅନ୍ତର୍ଗତ ହୁମର ଗ୍ରାମ ରେ ଶନିବାର କରୋନା ପଜିଟିଭ ଚି଼ହ୍ନଟ ହେବା ପରେ ସରପଞ୍ଚ ପିତାମ୍ବର ପଣ୍ଡା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଉକ୍ତ ଗ୍ରାମ କୁ ଶନିବାର ଠାରୁ ସାତ ଦିନ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଥିଲେ l ରବିବାର ଗଞ୍ଜାମ ଜିଲ୍ଲାପ୍ରଶାସନ ହୁମର ଗ୍ରାମ କୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିବା ବେଳେ ପଂଚାୟତ ର କୁମାର ବେଗ ପଲ୍ଲୀ ଓ ପୋଡ଼ାପଦର ଗ୍ରାମ କୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି l ନିଷିଦ୍ଧାଞ୍ଚଳ ଓ ବଫର ଜୋନ ଅଂଚଳ ର ଲୋକମାନେ ଏହି ନିୟମ ଅନୁସାରେ ଘରେ ସୁରକ୍ଷିତ ରହିବାକୁ କୁହାଯାଇଛି l ସେହିପରି ସ୍ଥାନୀୟ ବ୍ଲକର ଚିକଲଖଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ବାଳକୃଷ୍ଣପୁର ଗ୍ରାମ ରେ ଶନିବାର ସାତ ଜଣ କରୋ ନା ପଜିଟିଭ ଚି଼ହ୍ନଟ ହେବା ପରେ ସରପଞ୍ଚ ଡି. ଲଷ୍ମୀ ରେଡ୍ଡୀ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଉକ୍ତ ଗ୍ରାମ କୁ ଶନିବାର ଠାରୁ ସାତ ଦିନ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଥିଲେ l ରବିବାର ଜିଲ୍ଲାପ୍ରଶାସନ ବାଳକୃଷ୍ଣପୁର ଗ୍ରାମ କୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିବା ବେଳେ ଚିକଲଖଣ୍ଡି ପଂଚାୟତ ର ବାଲିବଗଡ଼ ଏବଂ ଛତ୍ରପୁର ଏନଏସି ର ଲିଙ୍ଗରାଜପୁର ୱାର୍ଡ 4 ଓ 5, ବଳଭଦ୍ରପୁର ୱାର୍ଡ 3କୁ ବଫର ଜୋନ ଭାବେ ଘୋଷଣା କରାଯାଇଛି l ନିଷିଦ୍ଧାଞ୍ଚଳ ଓ ବଫର ଜୋନ ଅଂଚଳର ଲୋକମାନେ ଏହି ନିୟମ ଅନୁସାରେ ଘରେ ସୁରକ୍ଷିତ ରହିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି l


