୫ ଶହ ଟଙ୍କାରେ ପାଇପାରିବେ କଏଦୀର ଅନୁଭୂତି

ଜେଲରେ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କୁ ରଖାଯାଇଥାଏ । ତେବେ ଏପରି ଏକ ଜେଲ୍ ରହିଛି ଯେଉଁଠି ଦେଶ ବିଦେଶରୁ ପର୍ଯ୍ୟଟକ କଏଦୀ ଭାବେ ରହିବାକୁ ଆସିଥାନ୍ତି । ସେଥିପାଇଁ ସେମାନଙ୍କୁ ଟିକେଟ କାଟି ଜେଲ୍ ଭିତରକୁ ଆସିବାକୁ ପଡିଥାଏ । ଏପରି ଏକ ଜେଲ୍ ତେଲେଙ୍ଗାନା ମେଢ଼କଠାରେ ରହିଛି । ସଙ୍ଗାରେ‡ୀ ଜେଲ୍ ଭାବେ ଏହା ବେଶ୍ ଜଣାଶୁଣା । ଏଠାରେ ବନ୍ଦୀ ଜୀବନ କାଟିବାକୁ ଚାହୁଁଥିବା ବ୍ୟକ୍ତି ୫ଶହ ଟଙ୍କା ଦେଇ ଟିକେଟ କାଟିଥାନ୍ତି । ସେମାନଙ୍କୁ କଏଦୀଙ୍କ କ୍ଷପାଷାକ, ସିଲଭର ବାସନ ଆଦି କ୍ଷଯାଗାଇ ଦିଆଯାଏ । ଏହା ସହିତ କଏଦୀଙ୍କ ଭଳି ଖାଦ୍ୟ ମଧ୍ୟ ଦିଆଯାଏ । ୨୨୫ ବର୍ଷ ପୁରୁଣା ଏହି ଜେଲ୍ ଏବେ ସଂଗ୍ରହାଳୟ ପାଲଟିଛି । ୧୭୯୬ ମସିହାରେ ଏହାର ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ଜେଲ୍ ୩ ଏକର ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି । ପ୍ରତିଦିନ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ