ହରିଜନ ସାହିରେ ଉତ୍ତେଜନା ଆଠ ଘଣ୍ଟା ପର୍ଯ୍ୟନ୍ତ ରହିଲା ରାସ୍ତା ଅବରୋଧ

ଚିକିଟି, (କୁରେଶୁ ସାହୁ):ନବାର୍ଡ ସହାୟତ ରେ ୧୨କୋଟି ଟଙ୍କା ଦେଖାଳି ଠାରୁ ନୂଆପଡା ୧୦କିମି ରାସ୍ତା କୁ ପ୍ରଶସ୍ତି କରଣ ଓ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଦୁଇ ବର୍ଷ ତଳେ ପିଡ଼ବ୍ଲୁ କୁ ଅନୁମୋଦନ ହୋଇଛି। ପିଡ଼ବ୍ଲୁ ଟେଣ୍ଡେର ବାହାର କଲାପରେ ବ୍ରହ୍ମପୁର ର ଏକ ଖ୍ୟାତନାମା କଣ୍ଟ୍ରାକ୍ଟର କୁ ଏଗ୍ରିମେଣ୍ଟ ଦେଇଛି।କ୍ଷତିନାମା କଣ୍ଟ୍ରାକ୍ଟର ନିଜେ ସେହି କାମକୁ ନିଜେ ନକରି ଅନେକ କଣ୍ଟ୍ରାକ୍ଟର କୁ ଏହି କାମ ଦେଇଛି।ଯାହାଫଳରେ ଉକ୍ତ ରାସ୍ତା କାମ ଧିମେଇ ଚାଲିଛି।କାମ ଆରମ୍ଭ ହୋଇଛି କିନ୍ତୁ ସରିନି। ।ଏହାକରିବା ଫଳରେ ନୂଆପଡା ଭିତରେ ଥିବା ହରିଜନ ମାନଙ୍କ ଘର ସାମ୍ନା ରେ ଥିବା ପିଡ଼ବ୍ଲୁ ରାସ୍ତା ଏକ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚି ଯାଇଛି। ବର୍ଷା ଦିନ ଆଗକୁ ଆସୁଥିବା ବେଳେ ଏହି ରାସ୍ତାରେ ପାଣି ଜମି ହୋଇ ରହୁଛି।ଏହିପାଣି ଯିବା ପାଇଁ ଡ୍ରେନ ର ସୁବିଧା ନଥିବାରୁ ଏହିପାଣି ଜମା ହୋଇ ପୁତି ଗଂଧମୟ ପରିବେଶ ସୃଷ୍ଠିହୋଇ ସାହି ବାସିନ୍ଦା ସହ ବାହାରୁ ନୂଆପଡାକୁ ଆସୁଥିବା ଲୋକଙ୍କ ଜନ ଅସନ୍ତୋଷ ବଢ଼ାଉଛି।ହରିଜନ ସାହିର ଲୋକମାନେ ବାରମ୍ବାର ବିଭାଗୀୟ କତ୍ତୃପକ୍ଷ ଓ କଣ୍ଟ୍ରାକ୍ଟର କୁ ଜଣାଇଲେ ମଧ୍ୟ ତାର ସୁଫଳ ପାଇଲେ ନାହିଁ। ଯାହାଫଳରେ ଆଜି ଉତକ୍ଷିପ୍ତ ହୋଇ ଶହଶହ ସାହିର ବାସିନ୍ଦା ରାସ୍ତା ଉପରେ ମାଟି ଢାଳିଦେଲେ। ଏହାପରେ ନୂଆପଡ଼ା ଯୁବରାଜ ପେଣ୍ଠ ହରିଜନ ସାହିରେ ଥିବା ରାସ୍ତା ବା ନୂଆପଡାକୁ ପ୍ରବେଶ ପଥଟି ଅବରୋଧ କରିଥିଲେ । ଦୀର୍ଘ ଆଠ ଘଣ୍ଟା ସମୟ ପରେ ପୋଲିସ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ