ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଫଲସବିଲ କରାଯିବା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମ ପଂଚାୟତର କୋରୁଆ ଗ୍ରାମର ମୁଖ୍ୟ ରାସ୍ତା ଠାରୁ କେନାଲ ବନ୍ଧ ପର୍ଯ୍ୟନ୍ତ ଢଳେଇ ରାସ୍ତା ନିର୍ମାଣ ନିମନ୍ତେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୩ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ପ୍ରକଳ୍ପର କାର୍ଯ୍ୟାଦେଶଟି ବିଭାଗୀୟ ଅଧିକାରୀଙ୍କ ନାମରେ ପ୍ରଦାନ କରାଯାଇଥିଲେ ମଧ୍ୟ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିଲା । କିନ୍ତୁ ଏବେ ପାଟକୁରା ବିଧାନସଭା ନିର୍ବାଚନର ଭୋଟ ଗଣତି ନିମନ୍ତେ ଆଦର୍ଶ ଆଚରଣ ବିଧି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ବେଳେ କିଭଳି ବେନିୟମ ଭାବେ ସେହି ପ୍ରକଳ୍ପ କାର୍ଯ୍ୟର ଆରମ୍ଭ କରାଯାଇ ଢଳେଇ ଭଲ ଥିବା ରାସ୍ତା ଉପରେ ମାତ୍ର ଅଳ୍ପକିଛି ଢଳେଇ ପକାଯାଇ ରାସ୍ତା ନିର୍ମାଣ କରାଯାଇ ସେହି ସରକାରୀ ଅର୍ଥକୁ ଫଲସ ବିଲ କରିନେବାକୁ ପ୍ରୟାସ କରାଯାଉଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅନନ୍ତ ଲେଙ୍କା,ଖଗେଶ୍ୱର ଦାସ,ଶ୍ରୀକାନ୍ତ କୁମାର ସାହୁ,ସରୋଜ କୁମାର ସାହୁ ପ୍ରମୁଖ ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ଏସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଡିଓ କେନ୍ଦ୍ରାପଡାଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ